Sahitya Jibana

Portal on odia literature

ରଜପର୍ବ – ପ୍ରତାପ କୁମାର ପଣ୍ଡା

1 min read

ଚାଷୀ ଭାଇ ଆମ ଗରବ ତାଙ୍କ ହୃଦୟ ଜାଣି,

ଆକାଶୁ ଓହ୍ଲେଇ ଆସୁଛି ଦେଖ ବରଷା ରାଣୀ ।

ବିଜୁଳି ଆଲୋକ ଝଲସେ  ଅଭ୍ର ବକ୍ଷରେ ଦେଖ,

ଖୁସିରେ ଅଧୀର ଧରଣୀ ତାର ସରିବ ଦୁଃଖ ।

ପହିଲି ଆଷାଢ଼ ଛୁଆଁ ରେ ହସି ଉଠିବ କ୍ଷେତ ,

ତରୁଲତା ସବୁ ସବୁଜ ରଙ୍ଗେ ହେବେ ଶୋଭିତ ।

ସରୀ ଶୈବଳିନୀ ଆତୁରେ ତୃଷ୍ଣା ମେଣ୍ଟାଇ ଦେବେ ,

ନାନାବିଧ ପ୍ରାଣୀ ଜଗତେ  ରା‌ହା ପାଇ ତ ଯିବେ ।

ସେ ପାଇଁ ହରଷେ ଉତ୍କଳ ପାଳି ଆସୁଛି ରଜ,

ଟିକିଏ ବିରାମ ମିଳିବ ସଭେଁ ହୋଇବେ ସଜ ।

ତିନି ଦିନ ବ୍ୟାପୀ ମଉଜ ଗାଆଁ ଗାଆଁରେ ଖୁସି,

କୁଆଁରୀ କନିଆଁ ଝୁଲିବେ ସେ ତ ଦୋଳିରେ ବସି  ।

ରଜ ପାନ ଭାରି ମଧୁର ତାର ନିଆରା ଗୁଣ,

ନରନାରୀ ସବୁ ଖାଆନ୍ତି ଏହି ଦିନରେ ଜାଣ ।

ପରବ ନାମରେ ସମ୍ପର୍କ ଅତି  ନିବିଡ଼ ହୁଏ,

ଶାନ୍ତି ଲଭିବାର ସୁତ୍ରଟା ପରା ତାମଧ୍ୟେ ଥାଏ ।।

( ରାଗ – ରାମକେରୀ )

ପ୍ରତାପ କୁମାର ପଣ୍ଡା
ରାଉରକେଲା , ସୁନ୍ଦରଗଡ଼
ମୋବାଇଲ ନମ୍ବର : 9861059709

Leave a Reply