Sahitya Jibana

Portal on odia literature

ରଜପର୍ବ – ଲଲାଟ କେଶରୀ ବଳସାମନ୍ତ

1 min read

ବରଷକେ ଥରେ ରଜ ଆସିଛି

ସପ୍ତ ରଙ୍ଗରେ ମନ ଭରିଯାଇଛି

ସଜବାଜ ହୋଇ ଯିବା ଆମେ

ଘରୁ ବାହାରି,, ସଖୀ ସାଥେ

ଖେଳିବା ଦୋଳି ।।

 

ନା ପ୍ରକାରର ଗୀତ ଗାଇବା ରଜ

ଦୋଳିରେ ରାଜାରାଣୀ ଗପ ଶୁଣିବା

କାନେ କାନେ କେହି ଜଣେ କହୁଥିବ

ଅନୁଭବ ରେ ଏ ଦିନ ଚାଲିଯିବ ।।

 

କୋଇଲିର କୁହୁ କୁହୁ ରାବ କାନେ

ବାଜୁଥିବ,, ଯାହା କହ ସଖୀ ଏଥର

ରଜରେ ମଜା ଆସିବ ଏ ଅଗଣାରୁ

ସେ ଅଗଣା ବୁଲି ଗୀତ ଗାଇବା

ଅଜା ଆଇ ସାଥେ ଖିଲି ପାନ ଖାଇବା ।।

 

ବଗିଚାରେ ଆମେ ବୁଲିବା କେତେ

ଫୁଲ ତୋଳିବା ଗଭାରେ ଲଗେଇ

ସଖୀ ସଜେଇ ହେବା ନାଲି ଟିକିଲି

ଅଳତା ଲଗାଇ କୁନି କୁନି ପାଦରେ

ଯିବା ଆମେ ଧାଇଁ ।।

 

 ଲଲାଟ କେଶରୀ ବଳସାମନ୍ତ

ଠିକଣା- ଅଚ୍ୟୁତବସନ୍ତ,, ଯାଜପୁର

ମୋବାଇଲ ନମ୍ବର-8458025456

Leave a Reply