Sahitya Jibana

Portal on odia literature

ଏଥର ରଜ – କାହ୍ନୁ ଚରଣ ସାହୁ 

1 min read

ଆଗ ରଜରେ

ଜମୁଥିଲା ଗାଁ ସହର

ରାସ୍ତାଘାଟ ଖେଳ ପଡିଆ

ପିଠା ମିଠା କେତେ ଦରବେ

ଚହଟୁ ଥିଲା ଦୋକାନ, ବଜାର, ଘର ।

 

ରଜ ଆସରେ

ଜମୁଥିଲା ନାଚ ଗୀତ

ନୂଆ ପୋଷାକ ପରିଧାନର ଖୁସି

ରଜ ପାନ ଆଉ ଫୁଲ ଖୋସା ଦୋଳି

ମନରେ ଅସଂଖ୍ୟ ଖୁସି ହେଉଥିଲା ଜାତ ।

 

ଏଥର ରଜ

ଅଧା ଅଧା ସଜବାଜ

ସ୍ଥାନେ ସ୍ଥାନେ ବନ ଉଜୁଡି ଯାଇଛି 

ଆଉ ଖୁସିରେ ଡାକୁନି ମହାରାଜ ଗଜ ।

 

ହଁ, ଏଥର ରଜ

କରୋନା ସାଙ୍ଗକୁ ୟାସର ମାଡ଼

ଭାଙ୍ଗି ଦେଇଛି ଗରିବ ବାପର ହାଡ଼

ବଞ୍ଚିବାକୁ ଏଠି ଡହଳ ବିକଳ ଫିକା ପଡିଛି ରଜ ।

 

କାହ୍ନୁ ଚରଣ ସାହୁ 

ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି

ମୋ : 8249520880

Leave a Reply