Sahitya Jibana

Portal on odia literature

ପ୍ରଭୁ ଅଲାରନାଥ – ଡ. ପ୍ରିୟମ୍ବଦା ସାମଲ

1 min read

ସ୍ନାନଯାତ୍ରା ପରେ ପଡିଲେ
ଜ୍ବରରେ ପ୍ରଭୁ କଳା ଠାକୁର
ତାଙ୍କ ଦର୍ଶନ ବାରଣ ହୋଇଲା
ଭକ୍ତ ହେଇଲେ କାତର।
ଅଣସରର ତାଳତାଟି ମଧ୍ଯେ
ପ୍ରଭୁଙ୍କ ବଂଶଧର
ଦଇତାପତି ସେବା କରନ୍ତି
ମାଖି ଫୁଲରୀ ତେଲର।
ବ୍ରହ୍ମଗିରିର ଅଲାରନାଥ ଙ୍କୁ
ଭକ୍ତ ଭକ୍ତିରେ ଗାଏ
ଦର୍ଶନ କରି ପ୍ରଭୁଙ୍କୁ ସେଠାରେ
ପୂଣ୍ୟଫଳ ପାଏ।
ପ୍ରଭୁ ଅଲାରନାଥ ବିଷ୍ଣୁ ଙ୍କ
ଚଳନ୍ତି ପ୍ରତିମା
କୃଷ୍ଣଭକ୍ତ ମାନେ ଭିଡ ଲଗାନ୍ତି
ଗାଆନ୍ତି ତାଙ୍କ ମହିମା।
ଚିକ୍କଣ କଳାମୁଗୁନି ପଥରରେ ଚତୁଭୁର୍ଜ
ବିଗ୍ରହ ଅତ୍ଯନ୍ତ ସୁନ୍ଦର
ହସ୍ତେ ଶଙ୍ଖଚକ୍ର ଗଦାପଦ୍ମ ସୁଶୋଭିତ
ଦଣ୍ଡାୟମାନ ଭଙ୍ଗୀର।
ଗରୁଡ ପ୍ରାର୍ଥନା ରତ ପଦଯୁଗଳରେ ପାର୍ଶ୍ବେ
ଶ୍ରୀଦେବୀ ଭୂଦେବୀ ବିରାଜିତ
ବ୍ରହ୍ମା ଙ୍କ ତପସ୍ୟା ରେ ସନ୍ତୁଷ୍ଟ ହୋଇ
ଏପରି ସୁନ୍ଦର ରୂପରେ ସଜ୍ଜିତ।
ଇନ୍ଦ୍ରଦ୍ୟୁମ୍ନଙ୍କ ରାଜତ୍ବ କାଳରେ
ଏହା ହୋଇଥିଲା ପ୍ରତିଷ୍ଠିତ
ଶ୍ରୀ ଚୈତନ୍ୟ ଦର୍ଶନେ ତୁମକୁ
ହେଲେ ଭାବ ବିହ୍ବଳିତ।

ଡ. ପ୍ରିୟମ୍ବଦା ସାମଲ
ପାରଳାଖେମୁଣ୍ଡି, ଗଜପତି