Sahitya Jibana

Portal on odia literature

ବରଷକ ଥରେ ଆସିଛି ରଜ – ଅଜିତ କୁମାର ତ୍ରିପାଠୀ

1 min read

ଆସ, ଦୋଳି ଖେଳିବା ଗୋ ଆଜ,

ଆସ, ଦୋଳି ଖେଳିବା ଗୋ ଆଜ

ବର୍ଷରେ ଥରେ ଲୋ ଆସିଛି ରଜ,

ଆସିଛି ରଜ, ଲୋ

ଆସ ଦୋଳି ଖେଳିବା ଗୋ ଆଜ

ସଜନୀ ଲୋ ଦୋଳି ଖେଳିବା ଗୋ ଆଜ

————————-/(ଘୋଷା)

ଆନନ୍ଦେ ଆସିଛି ରଜ,

ଆନନ୍ଦେ ଆସିଛି ରଜ ।

ଆଶା ଅସୁମାରି,ପସରା ପ୍ରସାରୀ

ପସରା ପ୍ରସାରୀ, ଲୋ

ଆଜି କୁଁଆରୀଙ୍କ ସଜବାଜ

ସଜନୀ ଲୋ କୁଁଆରୀଙ୍କ ସଜବାଜ

…………………./(୨ଥର)(୧)

ବରଷା ଋତୁରେ ଖରା,

ବରଷା ଋତୁରେ ଖରା ।

ନଦୀ,ନାଳ,ହ୍ରଦ,ଗାଡିଆ ଶୁଖିଲା,

ଗାଡ଼ିଆ ଶୁଖିଲା, ଲୋ

ଦେଖ,କେମିତି ଦିଶୁଛି ଧରା

ସଜନୀ ଲୋ କେମିତି ଦିଶୁଛି ଧରା

…………………./(୨ଥର)(୨)

ଆକାଶକୁ ଚାହିଁ ଚାହିଁ,

ଆକାଶକୁ ଚାହିଁ ଚାହିଁ ।

କୃଷକ ଚିନ୍ତଇ ମୁଣ୍ଡେ ହାତ ଦେଇ,

ମୁଣ୍ଡେ ହାତ ଦେଇ, ଲୋ

ସିଏ, ଚଷିବ କିପରି ଭୂଇଁ

ସଜନୀ ଲୋ ଚଷିବ କିପରି ଭୂଇଁ

…………………./(୨ଥର)(୩)

ଜମି ଶୁଖି ହେଲା ଆଁ,

ଜମି ଶୁଖି ହେଲା ଆଁ ।

ବରଷା ଅଭାବେ ବୃକ୍ଷ,ଲତା ସର୍ବେ,

ବୃକ୍ଷଲତା ସର୍ବେ, ଲୋ

ପ୍ରାଣୀ ହୋଇଲେ ଆଜି ଛାନିଆ

ସଜନୀ ଲୋ ପ୍ରାଣୀ ହୋଇଲେ ଛାନିଆ

…………………./(୨ଥର)(୪)

ବରଷା ଅଭାବେ ଜନ,

ବରଷା ଅଭାବେ ଜନ ।

ପାଣି ଟିକେ ପାଇଁ ଡହକ ବିକଳ,

ଢହକ ବିକଳ, ଲୋ

ଏଣେ,କଳିଗୋଳ ପ୍ରତି ଦିନ

ସଜନୀ ଲୋ କଳିଗୋଳ ପ୍ରତିଦିନ

 

 

…………………./(୨ଥର)(୫)

ରଜସ୍ୱଳା ଭୂମି ହେଲା,

ରଜସ୍ୱଳା ଭୂମି ହେଲା ।

ବର୍ଷା ବିହୁନେ ଶୁଷ୍କ ତାତିଲା

ଶୁଷ୍କ ତାତିଲା, ଲୋ

କହ,ହେବକି ଶସ୍ୟଶାମଳା ?

ସଜନୀ ଲୋ ହେବକି ଶସ୍ୟଶାମଳା

…………………./(୨ଥର)(୬)

ରଜ ଆସେ ଧାଇଁଧାଇଁ,

ରଜ ଆସେ ଧାଇଁଧାଇଁ ।

ରଜ ପାଳିବାକୁ,କୁଆଁରୀ ମନେ ଲୋ

କୁଆଁରୀ ମାନେ,ଲୋ

ଦେଖ,ହେଉଅଛି ହାଇଁପାଇଁ

ସଜନୀ ଲୋ ହେଉଛନ୍ତି ହାଇଁପାଇଁ

…………………./(୨ଥର)(୭) ପୋଡ ପିଠା, ଖଜା ମାନ,

ପୋଡ ପିଠା, ଖଜା ମାନ

ନୂଆ ଶାଢୀ ପିନ୍ଧି,ଖିଲି ପାନ ଖାଇ,

ଖିଲିପାନ ଖାଇ, ଲୋ

ପୁଣି,ବୁଲୁ ଥିବେ ରାତି ଦିନ

ସଜନୀ ଲୋ ବୁଲୁ ଥିବେ ରାତିଦିନ

…………………./(୨ଥର)(୮) ରଜ ଦୋଳି କଟ କଟ,

ରଜ ଦୋଳି କଟ କଟ

କାହାରି ମୁଣ୍ଡରେ ସୁନା ମୁକୁଟ

ସୁନା ମୁକୁଟ, ଲୋ

ଆଉ,କାହାର ନୁଖୁରା ଝୋଟ

ସଜନୀ ଲୋ କାହାର ନୁଖୁରା ଝୋଟ

…………………./(୨ଥର)(୯)

ଖରା ମାରେ ଚାଇଁଚାଇଁ,

ଖରା ମାରେ ଚାଇଁଚାଇଁ ।

ଦୋଳି ଖେଳିବାକୁ ଲୋ ଗଛଟେ ନାଇଁ

ଗଛଟେ ନାହିଁ, ଲୋ

ଏବେ,କାହାକୁ କହିବା ଯାଇ

ସଜନୀ ଲେ କହିବା କିହାକୁ ଯାଇ

………………../(୨ଥର)(୧୦)

ରଜ ଲାଗେ ନାହିଁ ମଜା,

ରଜ ଲାଗେ ନାହିଁ ମଜା ।

ଦୁଃଖୀ,ରଙ୍କୀ ଗଣ,ହୁଅନ୍ତି ଲୁଣ୍ଠନ,

ହୁଅନ୍ତି ଲୁଣ୍ଠନ, ଲୋ

ବୃଥା,ପ୍ରଗତିର ବାଜେ ବାଜା

ସଜନୀ ଲୋ ପ୍ରଗତିର ବାଜେ ବାଜା

………………../(୨ଥର)(୧୧) ଯୋଜନା ହେଉଛି ନାନା,

ଯୋଜନା ହେଉଛି ନାନା

ଜନମ ହେବାରୁ ମରଣ ଯାଏ ଲୋ,

ମରଣ ଯାଏ, ଲୋ

ନାରୀ,ଏଠି ହୁଏ ନିର୍ଯ୍ୟାତନା

ସଜନୀ ଲୋ ନାରୀ ହୁଏ ନିର୍ଯ୍ୟାତନା

…………………/(୨ଥର(୧୨)

ରାଜନୀତି କୁଶାସନ,

ରାଜନୀତି କୁଶାସନ ।

ନାରୀ ଜାତି ଆଜି ନରକ ଗଲେଣି ,

ନରକ ଗଲେଣି, ଲୋ

କିଛି,ଲୋକ ହେଲେ ଦୁଶାସନ

ସଜନୀ ଲେ କିଛି ଲୋକ ଦୁଶାଶନ

………………../(୨ଥର)(୧୩) ଅନ୍ୟାୟ ଅନୀତି ଘୋର,

ଅନ୍ୟାୟ ଅନୀତି ଘୋର

ଦୁର୍ନୀତି ରାକ୍ଷସ ଶୋଷଣ କରୁଛି,

ଶୋଷଣ କରୁଛି, ଲୋ

ଲୋକ,ସ୍ୱାର୍ଥପର,ଟାଉଟର

ସଜନୀ ଲୋ ଲୋକ ହେଲେ ଟାଉଟର

………………../(୨ଥର)(୧୪)

ପ୍ରାକୃତିକ ଦୁର୍ବିପାକ,

ପ୍ରାକୃତିକ ଦୁର୍ବିପାକ ।

ନାନା ରୋଗ ଶୋକ ଗ୍ରାସିଲାଣି ଆସି

ଗ୍ରାସିଲାଣି ଆସି,ଲୋ

ଆଜି ପରିସ୍ଥିତି ଅଣାୟତ

ସଜନୀ ଲୋ ପରିସ୍ଥିତି ଅଣାୟତ

………………../(୨ଥର)(୧୫)

କରୋନା କରେ ପ୍ରହାର,

କରୋନା କରେ ପ୍ରହାର ।

ପରବ ପର୍ବାଣୀ ଖାଇ ସାରିଲାଣି,

ଖାଇ ସାରିଲାଣି, ଲୋ

ରଜ ଲାଗୁନି ଜମା ମଉଜ

ସଜନୀ ଲେ ରଜ ଲାଗୁନି ମଉଜ

………………../(୨ଥର)(୧୬)

 

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)

ଗ୍ରାମ/ପୋଷ୍ଟ – କୁଲାଡ଼,ଭଞ୍ଜଭୂମି

ଭଞ୍ଜନଗର,ଗଞ୍ଜାମ – ୭୬୧୧୩୧

ଭ୍ରାମ୍ୟଭାଷ – ୯୪୩୮୨୮୯୯୪୮

 

Copyright © Sahitya Jibana | Newsphere by AF themes.