Sahitya Jibana

Portal on odia literature

ରଜ ଆସୁନି – ଚିନ୍ମୟ ରଞ୍ଜନ ଶତପଥୀ 

1 min read

ଦୁଇ ବର୍ଷ ହେଲା

କରୋନାକୁ ଡରି

ଆମ ଗାଁକୁ ଆଉ

ରଜ ଆସୁନି।

ଲୁଚିଛି ସେ ଯାଇ

ଟିଭି ,ମୋବାଇଲରେ

ଯେତେ ଡାକିଲେ ବି

ଜମା ଶୁଣୁନି।

ଆସୁନି ବୋଲି ସେ

ରୁଷିଚି ମୋ ଗାଁ

ରଜ ପାଇଁ ଆଉ

ସଜବାଜ ହଉନି ।

ଆମ ଗାଁ ମୁଣ୍ଡ

ବଡ ପଡିଆରେ

କବାଡି ଖେଳଟା

ଆଉ ଜମୁନି ।

ବରଗଛ ମୂଳ

ଖାଁ ଖାଁ ଲାଗେ

ଦୋଳି ଖେଳ ପାଇଁ

ଭିଡ ଲାଗୁନି ।

ରଜ ପାନ ନେଇ

ସାବିତ୍ରୀ ଭାଉଜ

ସାହି ସାରା ଯାଇ

ବୁଲି ବାଣ୍ଟୁନି।

ଘରେ ତୁଣ୍ଡି ଦେଇ

ସୀମା ନାନୀ ବସେ

ସଜବାଜ ହୋଇ

ଗାଁ ବୁଲୁନି ।

ଗଲା ବରଷରୁ

ମାଧିଆ ଭାଇଟା

ସୁରତ ରୁ ଫେରି

ଘରେ ବସିଚି।

ପିଲାଙ୍କ ପାଇଁକି

ନୂଆ ଜାମା ପଟା

କିଣି ନ ପାରିକି

ଲୁଚି ଲୁଚି କାନ୍ଦୁଚି ।

କେତେ ଯେ ଯାତନା

ଦେଲା ଏ କରୋନା

ଦୁଃଖେ ଉବୁଟୁବୁ

ଏ ମଣିଷ ସିନା।

ଜୀବନର ଦୁଃଖ

ଜୀବିକାର ଦୁଃଖ

ନିଜ ପ୍ରିୟଜନ

ହରାଇବା ଦୁଃଖ।

ଜଗତ ର ନାଥ

ଆହେ ଜଗନ୍ନାଥ

ତୁମରି ଆଶିଷେ

ହଟି ଯାଉ ଦୁଃଖ।

ଏ ଓଡିଆ ଜାତି

ଦମ୍ଭ କରୁ ଛାତି

ନିଶ୍ଚିତ ହଟିବ

ଏଇ କାଳ ରାତି ।

 

ଚିନ୍ମୟ ରଞ୍ଜନ ଶତପଥୀ 

ତରିତୋ, କିଶୋର ନଗର,କଟକ

ଦୁରଭାଷ- ୯୪୩୮୩୬୬୪୧୧