Sahitya Jibana

Portal on odia literature

ଆସିଛି ରଜ – ଚିତ୍ତରଞ୍ଜନ ପୃଷ୍ଟି

1 min read

ଉତ୍କଳ ସଂସ୍କୃତି ଆମ ଗରବ

ବାର ମାସେ ଏଠି ତେର ପରବ ।

ବଉଳ ଲୋ….

 

ରଜ ଉତ୍କଳର ଏକ ଗଣ ପର୍ଵ

ଓଡ଼ିଆ ପ୍ରାଣରେ ଭରିଦିଏ ଗର୍ଵ ।

ବଉଳ ଲୋ……

 

ବରଷକେ ଥରେ ଆସିଛି ରଜ

ଝିଅ ବୋହୂ ମାନେ ହୁଅନ୍ତି ସଜ ।

ବଉଳ ଲୋ…..

 

ନୂଆ ଶାଢ଼ୀ ଚୁଡି ପାଦେ ଅଳତା

ମୁଣ୍ଡରେ ବାନ୍ଧନ୍ତି ରିବନ ଫିତା ।

ବଉଳ ଲୋ…..

 

କୁଆଁରୀ ଝିଅର ମନ ଉଲ୍ଲାସ

ପିନ୍ଧନ୍ତି ସଭିଏଁ ନୂତନ ବାସ ।

ବଉଳ ଲୋ…..

 

ଝିଅମାନେ ମିଶି ଖେଳନ୍ତି ଦୋଳି

ଗାଁ ମୁଣ୍ଡେ ସେତ ହୁଅନ୍ତି ମେଳି ।

ବଉଳ ଲୋ…..

 

ଚାରିଦିନ ଧରି ପାଳନ ହୁଏ

ସଭିଙ୍କ ମନରେ ଆନନ୍ଦ ଦିଏ ।

ବଉଳ ଲୋ…..

 

ପ୍ରଥମ ଦିନଟି ପହିଲି ରଜ

ଦ୍ୱିତୀୟ ଦିନଯେ ସଂକ୍ରାନ୍ତି ରଜ ।

ବଉଳ ଲୋ…..

 

ତୃତୀୟ ଦିନଟି ଭୂମିଦହନ

ଚତୁର୍ଥ ଦିନ ବସୁମତୀ ସ୍ନାନ ।

ବଉଳ ଲୋ……

 

ବସୁଧା ମାତାକୁ ବିଶ୍ରାମ ମିଳେ

କୃଷକ ମନରେ ଆନନ୍ଦ ଖେଳେ ।

ବଉଳ ଲୋ…..

 

ପୋଡ ପିଠା ସଙ୍ଗେ ପାନର ମଜା

ରଜ ଗୀତ ଗାଇ କରନ୍ତି ମଜା ।

ବଉଳ ଲୋ….

 

ତାସ ସହିତ ଲୁଡୁ ଖେଳନ୍ତି

ଗପ ସପ କରି ଖୁସି ବାଣ୍ଟନ୍ତି ।

ବଉଳ ଲୋ…..

 

ଘରେରହି ସର୍ବେ ପାଳିବା ରଜ

ଏକାଠି କରିବାନାହିଁ ମଉଜ ।

ବଉଳ ଲୋ…..

 

କରୋନା ଠୁ ଆମେ ଦୁରେ ରହିବା

ସତର୍କର ସହ ରଜ ପାଳିବା ।

ବଉଳ ଲୋ……

ଚିତ୍ତରଞ୍ଜନ ପୃଷ୍ଟି

         ନିମାପଡା, ପୁରୀ