Sahitya Jibana

Portal on odia literature

ଆସ କୁନାକୁନି ପାଳିବା ରଜ – ଶୁଭକାନ୍ତ ସାହୁ

1 min read

ଆସ କୁନାକୁନି ପାଳିବା ରଜ

ନାଚି,ଗାଇ,ଖେଳି କରି ମଉଜ

ଆସ ବେଗି ବେଗି ହୋଇ କି ସଜ

ଶୁଭିଲାଣି ଗୀତ ‘ବନସ୍ତେ ରଜ’

ବାନ୍ଧିବା ଦୋଳି ତୋଳିବା କୋଳି-୨

କୋଳି ଖାଇ ଦୋଳି ଝୁଲିବା ଆଜ।

ଆସ କୁନାକୁନି ପାଳିବା ରଜ….

ପୋଡ଼ପିଠା ବାଇ ହେଲାଣି ମନ

ଖାଇବା ତ ଖଣ୍ଡେ ମିଠାର ପାନ

ରଜଦୋଳି ଗୀତ କରିବା ଗାନ

ଭୁଲିଯିବା ଆଜି ମାନ ଗୁମାନ

ଆମ୍ବ ପଣସ ସପୁରୀ ରସ- ୨

ଖାଇବାରେ ପୁଣି ତାଳର ସଜ।

ଆସ କୁନାକୁନି ପାଳିବା ରଜ……

ଖେଳିବା ତ ପୁଣି ଲୁଡୁ ବାଗୁଡ଼ି

ଖୋଲିଦେବା ଆମେ ଗପର ପେଢି

ନୂଆଁ ଜାମାପଟା ଦେହରେ ଭିଡ଼ି

ହସି ହସି ଆମେ ଯିବାରେ ଗଡ଼ି

ଆମେ ଓଡ଼ିଆ ଭାରି ବଢ଼ିଆ

ଏ ପରବ ଆମ ଏକାନ୍ତ ନିଜ।

ଆସ କୁନାକୁନି ପାଳିବା ରଜ……

 

ଶୁଭକାନ୍ତ ସାହୁ

ଦେଉଳପଲ୍ଲୀ,କଳମ୍ବ, ପୋଲସରା, ଗଞ୍ଜାମ

ପିନ୍:୭୬୧୧୦୫