Sahitya Jibana

Portal on odia literature

ଓଡିଆ ଘରେ କେକ୍ – ଜାହ୍ନବୀ ତ୍ରିପାଠୀ

1 min read

ଜନ୍ମଦିନରେ ଓଡିଆ ଘରେ

ଆଉ ହେଉନି ଖେଚୁଡି,କ୍ଷୀରି,

କେକ୍ କାଟୁଚୁ ନାଁ ଲେଖିକରି

ହାତରେ ଧରିକି ଛୁରୀ।

କେକ୍ ଉପରେ ମହମବତୀ

ଆଉ ନାଁ ଦିଶେ ଉଜ୍ୱଳ

ମହମବତୀ ଲିଭାଇକରି

ଆମ ନାଁ କୁ କରୁ ଅନ୍ଧାର।

ନୂତନ ଏକ ବର୍ଷରେ ଆମେ

ପାଦ ଥାପିଲେ ଯେବେ,

ନାଁକୁ କାଟି କେକ୍ ସଙ୍ଗେ

ଖାଇବାକୁ ଦେଉ ସାଙ୍ଗସାଥୀଙ୍କ ଲାଗି।

ନିଜ ନାଁ କାଟି ବାଣ୍ଟିଦେଉ ଯେବେ

ପାଉ ଆମେ ଉପହାର

ଜନମ ଦିନରେ ନାଁ କାଟି ମାରୁ

ଏ କି ନ୍ୟାୟ ବିଚାର।

ପୁରୁଣା ଓଡିଆ ଜନ୍ମଦିନ ପାଇଁ

କୁଣ୍ଠାବୋଧ ଆମେ କରୁଚୁ,

ନୂତନ ବୟସେ ଉପନୀତ ହେଉ

ମାତ୍ର ନିଜ ନାଁ କାଟି ,ମହମବତୀ ଲିଭାଇ,

ନୂତନ ବର୍ଷକୁ ଅନ୍ଧାର କରୁଚୁ।

ଏକଥା ଯଦି ନ ବୁଝିବୁ ଆମେ

ଆଉ କଣ ଫରେନର୍ ମାନେ ବୁଝିବେ,

ନିଜଗୋଡରେ ନିଜେକୁରାଢୀମାରୁଚୁ,

ବିଜ୍ଞଭାଇମାନେ ମତେ ଭୁଲ୍ ନ ବୁଝିବେ।

 

ଜାହ୍ନବୀ ତ୍ରିପାଠୀ

ଖୋର୍ଦ୍ଧା