Sahitya Jibana

Portal on odia literature

ଅଭିମାନିନୀ ମୌସୁମୀ – ଶିତିକଣ୍ଠ ଗାଇଗାରିଆ

1 min read

ହେ କୁହୁକିନୀ ମୃଗତୃଷ୍ଣା
ତୁମ ନିଃସଙ୍ଗତାରେ
ମୋ କାହାଣୀ ଅଧୁରା
ଆଉ ଜୀବନ ବୃଥା
ହୃଦୟର ଗବାକ୍ଷ ଖୋଲି
କରିଛି ମୁ ପ୍ରତୀକ୍ଷା

ସବୁ ପ୍ରତୀକ୍ଷା ର ଅନ୍ତ ଘଟାଇ
ମୌସୁମୀ ଗୋ ତୁମେ ଆସ
ଧରଣୀ ବକ୍ଷ କୁ କରିଦିଅ ସିକ୍ତ
ତେଜି ତବ ମାନରୋଷ

ଯେତେ ରାଗ ରୁଷା, ମାନ ଅଭିମାନ
ଯାଅ ଗୋ ସେସବୁ ଭୁଲି
ବିଜୁଳି ସଙ୍ଗତେ ଘଡଘଡି ନାଦେ
ମହୀକୁ ଆସ ଗୋ ଫେରି

ହେ ପ୍ରାଣପ୍ରିୟ ମୌସୁମୀ
ତବ ଆଗମନେ ମନ
ହୁଏ ଆନମନା
ଆଉ ସହିହୁଏ ନାହିଁ ତୁମ ବିରହ ବେଦନା

ସାଗର ର ଯେପରି ନାହିଁ କ୍ଷୟ
ଆକାଶ ର ନାହିଁ ଆଦି- ଅନ୍ତ
ବାୟୁ ର ଯେପରି ନାହିଁ ଦିଗ
ମୋ ପ୍ରତୀକ୍ଷା ବି ସେହିପରି ସୀମାହୀନ ଦିଗନ୍ତ

ତୁମେ ମୋ ମନର ମରୁପ୍ରାନ୍ତ ରେ
ନୀଳ ନିର୍ଝରିଣୀ ସମ
ଝୁରୁଥାଏ ନିତି ତୁମରି ସେ ପ୍ରୀତି
ଚାହିଁଛି ଏ କ୍ଲାନ୍ତ ମନ…..

ଶିତିକଣ୍ଠ ଗାଇଗାରିଆ
ସୁବର୍ଣ୍ଣପୁର, ଉଲୁଣ୍ଡା, କଳାପଥର

Copyright © Sahitya Jibana | Newsphere by AF themes.