Sahitya Jibana

Portal on odia literature

ଦୀନବନ୍ଧୁ – ସତ୍ୟନାରାୟଣ ପ୍ରସାଦ ନାୟକ

1 min read

ନୀଳମଣି ତୁମେ ଜଗତର ମଣି
ଦୀନ ଜନଙ୍କର ବନ୍ଧୁ,
ବିତରି ଦେଉଛ କରୁଣାର ବାରି
ତୁମେ ପରା କୃପାସିନ୍ଧୁ I

ସଂସାର ଭିତରେ ସଂସାର ବାହାରେ
ତୁମେ ଅଛ ସବୁଠାରେ,
ତୁମରି ସୃଷ୍ଟି ର ସୁନ୍ଦର କଳ୍ପନା
କରିଥିଲ ନୀଳଜଳେ l

ନିଦ୍ରା ଯାଇଥିଲ ଅନନ୍ତ ଶୟନେ
ଲଷ୍ମୀ ମାତା ଥିଲେ ପାଖେ,
ନାଭି କମଳରୁ ବ୍ରହ୍ମା ଜାତ ହେଲେ
ଚାରି ବେଦ ଧରି ହାତେ I

ହାତରେ ତୁମର ଶୋଭା ପାଉଅଛି
ଶଙ୍ଖ, ଚକ୍ର,ଗଦା,ପଦ୍ମ,
ଚତୁର୍ମୁଖ ବ୍ରହ୍ମା ବେଦ ପଢୁଛନ୍ତି
ସାଗର ତ ନୀଳସଦ୍ମ I

ଅଗତିର ଗତି ସେହି ଉମାପତି
ହରନ୍ତି ସବୁ ଦୁର୍ଗତି,
ସବୁ ଗରଳକୁ ହରଣ କରନ୍ତି
ନୀଳକଣ୍ଠ ଦିବ୍ୟ ଜ୍ୟୋତି I

ତୁମରି ସୃଷ୍ଟିର ଅପୂର୍ବ ସମ୍ଭାର
ତୋଳେ ଖାଲି ଶିହରଣ,
ଜନମ ମରଣ ଭିତରେ ଜୀଵନ
ଖୋଜେ ମୁକ୍ତି ଓ ନିର୍ବାଣ l

🙏ଓଁ ଜୟ ଶ୍ରୀ ଜଗନ୍ନାଥ 🙏
ସତ୍ୟନାରାୟଣ ପ୍ରସାଦ ନାୟକ
ରଥ ରୋଡ, ଭୁବନେଶ୍ୱର – 2
11.6.21. Thurs.

Copyright © Sahitya Jibana | Newsphere by AF themes.