Sahitya Jibana

Portal on odia literature

କଳି ସାବିତ୍ରୀ ସତୀ – କବି ମନୋଜ କୁମାର ପଟ୍ଟନାୟକ

1 min read

 

ଓଡ଼ିଆ ବୋହୂଙ୍କ ପବିତ୍ର ବ୍ରତ
ସାବିତ୍ରୀ ବ୍ରତ ଜାଣ
ଏହି ବ୍ରତ କରି ସତ୍ୟବାନ ଙ୍କର
ସନ୍ତୁଷ୍ଟ କରିବେ ମନ

ନେଟ୍ ଶାଢୀ ପିନ୍ଧି ମନ୍ଦିରକୁ ଯିବେ
ଦିଶୁଥିବ ଦେହେ ଅଙ୍ଗ
ଅଙ୍ଗ ଦେଖାଇ ସେ କି ଚଲା ଚାଲିବ
ଦେଖୁଥିବେ ଦାଣ୍ଡେ ଲୋକ

ଏହା ଦେଖି ସ୍ବାମୀ ଶଶୁର ଜଳୁଛେ
କୁହନ୍ତି ନି ମୁହଁ ଖୋଲି
କହିଦେଲେ କଳେ ବଜ୍ରପାତ ହେବ
ସେ କଥା ଭାବନ୍ତି ଖାଲି

ଏମିତିକା ବୋହୂ ସାବିତ୍ରୀ ହୋଇଛି
ବ୍ରତ କରେ ମନ୍ଦିର ଯାଇ
ଘରେ ସ୍ବାମୀ ଯଦି ସୁଖିରହି ନାହିଁ
ବ୍ରତ କରେ କାହାପାଇଁ

ସ୍ବାମୀ ଙ୍କ ପଦାକୁ ମୁଣ୍ଡରେ ଲଗାଇବା
ସଂସ୍କୃତି ଭୁଲିଚ ତମେ
ସ୍ବାମୀ ଙ୍କ ଗୋଡ଼କୁ ପାଦରେ ଦଳିବା
ସିଖିଯାଇ ଅଛ ତମେ

ସ୍ନେହ ଭକ୍ତି ପ୍ରେମ ସ୍ବାମୀ ଠାରେ ଯେବେ
ରହିଥିବ ମନ ପ୍ରାଣ
ତା ମନକୁ କେବେ କଷ୍ଟାହେଲ ପରି
କରିବନି କୋଉ କାମ

ଓଡ଼ିଆ ବୋହୂର ପରମ୍ପରା ତୁମେ
ଭିଲିବନି ମନୁ ଜମା
ତାହେଲେ ସଭିଙ୍କ ମନରେ ରହିବ
ସେଷ୍ଟରେ ହୋଇବ ଗଣା

ମନୋଜ କୁମାର ପଟ୍ଟନାୟକ
ମୋବାଇଲ୍:-୯୯୩୭୩୦୭୮୫୭
ଗ୍ରାମ:- ରାଳବ
ବ୍ଲକ:- ହିଞ୍ଜିଳିକାଟୁ
ଜିଲ୍ଲା:- ଗଞ୍ଜାମ
ପିନ୍:- ୭୬୧୧୦୨

Leave a Reply