Sahitya Jibana

Portal on odia literature

ବିଚାରା ଏ ବର୍ଷର ସତ୍ୟବାନ – ସୁଦାମ ଦଳବରା

1 min read

 

ଜୀବିକା ହରାଇ ବହୁଦିନ ହେବ
ଘରଟାରେ ପଡି ରହିଛି
ଟଙ୍କାଟିଏ ରୋଜଗାର ପୁଣି
ଏ ସାବିତ୍ରୀ ବ୍ରତ ଯେ ଆସିଛି ।।

କରୋନାର ଏହି କଟକଣା ବେଳେ
ପକେଟରେ ନାହିଁ ପଇସା
ସ୍ତ୍ରୀ କରିବ ମୋ ସାବିତ୍ରୀ ବ୍ରତ ଯେ
କିପରି କିଣିବି ସଉଦା ।।

ଶଶୁର ଘରଲୋକ ଫୋନରେ କହିଲେ
ଏ ବରଷଟା କେମିତି କରିଥ
ଘରଣୀର କିନ୍ତୁ ମନ ମାନୁନାହିଁ
ଚଳେଇ ନେବାକୁ ଏ ବର୍ଷ ।।

ଶଶୁର ଘରର ଭାର ନଦେଇ
ରହିଲେ ଅଚିନ୍ତା ମନରେ
ସ୍ତ୍ରୀଙ୍କର କିନ୍ତୁ ମନ ରହିଅଛି
ସାବିତ୍ରୀର ଭିଡ଼ ବଜାରରେ ।।

ନୂଆଁ ଶାଢ଼ୀ ଛୁଡ଼ି କିଣିବା ପାଇଁ କି
ବଳାଇଛି ମନ କେତେ ଦିନୁ
ଦୋକାନ ବଜାର କେବେ ଯେ ଖୋଲିବ
ମନେ ଭାଳିଅଛି ବହୁଦିନୁ ।।

ସାବିତ୍ରୀ ମାର୍କେଟିଙ୍ଗ କରିବ ବୋଲିତ
ରଖେଇ ଦେଉନି ଘରଣୀ
ମୁଁ ଯଦି କହେ ନିଜେ କିଣି ନେବି
କହୁଅଛି ସିଏ ତୁମକୁ କିଣିବା ଆସିବନି ।।

ସିଏ କି ବୁଝିବ ମୋ ପକେଟ କଥା
କେତେ କଷ୍ଟରେ ମୁଁ ଚଳୁଛି
ଅନେକ ଦିନରୁ ଦରମା ମିଳିନି
କିପରି କରିବି ଭାବୁଛି ।।

ଧରେଇ ଦେଇଛି ଲମ୍ବା ଚିଠା ପୁଣି
କରିବ ସାବିତ୍ରୀ ବଜାର
ଫଳ ବଜାରରେ ନିଆଁ ଲାଗିଅଛି
କିଲୋ ସବୁ ଏଠି ହଜାର ।।

କୋଣସି ଫଳରେ ହାତ ମାରୁନାହଁ
ରେଟ୍ ପଚାରି ଦେଉଛି
ରେଟ୍ ଶୁଣିକି ଛାନିଆ ହୋଇ ଯେ
ପକେଟ୍ ରେ ହାତ ମାରୁଛି ।।

ଗୋଟିଏ ଗୋଟିଏ ଫଳ ଆଣିଅଛି
ବିଧି ଚଲେଇ ନେବା ପାଇଁ କି
ଘରଣୀର କିନ୍ତୁ ମନ ବୁଝୁ ନାହିଁ
କାହିଁ ଅଧିକ ଆଣିଲ ନାହିଁ କି ।

ଦେଖେଇ ହେବାର ଗୁଣଟି ରହିଛି
ଥାଳିଆ ନେବ ସେ ଫୁଲେଇ
ଗର୍ବରେ କହିବ କେତେଯେ ଜିନିଷ
ମୋ ବାପାଘରୁ ସବୁ ଆଣିଛି ମୁହିଁ ।।

ମୋ ମନର ଦୁଃଖକୁ କେମିତି କହିବି
କେତେ ଧାର କରଜ ମୁଁ ହୋଇଛି
ଏ ଲକ୍ ଡାଉନ ପୁଣି କେବେ ଯେ ଉଠିବ
ମୋ ଜୀବିକାକୁ ଯିବି ଭାବୁଛି ।।

ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Leave a Reply