Sahitya Jibana

Portal on odia literature

ଦୁଃଖିନୀ ସାବିତ୍ରୀ – ରମାକାନ୍ତ ଦାସ

1 min read

 

ଶହ ଶହ ନାରୀ ମାନେ
ସାବିତ୍ରୀ ବ୍ରତ କରନ୍ତି
ସ୍ୱାମୀମାନଙ୍କର ଶୁଭ ମନାସି
କରୋନା ଆସିକି ଛଡେଇ ନେଇଛି
ସମସ୍ତଙ୍କ ହସ ଖୁସି,,,,,,

ହସର ଖୁସିର ଏ ସଂସାର ଭିତରେ
ଲାଗିଲା କରୋନା ନଜର
ଯମ ରୂପେ ଆସି କରୋନା ଭୂତାଣୁ
ସମସ୍ତଙ୍କୁ କରେ ପର,,,,,,,

ବିବାହକୁ ଏକ ମାସ ପୁରିନି
ଲିଭିନି ମେହେନ୍ଦି, ଅଳତା
ସ୍ୱାମୀ ଆଜି କରୋନା
ରୋଗରେ ପୀଡିତ
ସ୍ତ୍ରୀ କରୁଥାଏ ଚିନ୍ତା,,,,,,,

ପ୍ରଥମ ବର୍ଷର ପ୍ରଥମ ବ୍ରତ
ସ୍ୱାମୀ କୁ ସେ ଦେଖିବନି
କାନ୍ଦି କାନ୍ଦି ମୁଣ୍ଡେ ହାତ ଦେଇ କୁହେ
ମୁଁ ଗୋଟେ ହାତଭାଗିନୀ,,,,,

ରାଜରାସ୍ତାରେ ଛିଡା ହୋଇ ସେ
ମାଗୁଅଛି ଆଜି ଭିକ
ଚିତ୍କାର କରି ସମସ୍ତଙ୍କୁ ଡାକୁଛି
କିଏ ସେ କଉଠି ଅଛ,,,,,,

କାନ୍ଦି କାନ୍ଦି ତାର ଲୁହ ଶୁଖେ ନାହିଁ
କହିବ ସେ କାହାକୁ
ଘରେ ଘରେ ବୁଲି ସାହାଯ୍ୟ ମାଗଇ
କେହି ବୁଝନ୍ତିନି ତା ଦୁଃଖକୁ,,,,,

ସତ୍ୟବାନ ଆଜି ମରଣ ଶଯ୍ୟାରେ
କରୋନା ସହ କରେ ଲଢେଇ
ଯମ ରୁପି ଏ ଭୁତାଣୁ ଠାରୁ
ଦୁଃଖିନୀ ସାବିତ୍ରୀ ଆଣିବକି
ସତ୍ୟବାନ କୁ ଫେରେଇ,,,,,,,

ଜଗତର ଧାତ୍ରୀ ହେ ମା ସାବିତ୍ରୀ
ଏତିକି କରୁଣା କର
ଏ ସାରା ବିଶ୍ୱରୁ
କରୋନା ମହାମାରୀ କୁ
ଶୀଘ୍ର ଶୀଘ୍ର ଦୂର କର,,,,,,,,

କରୋନା ମହାମାରୀ
ଦୂର ହେଇଗଲେ
ଫେରିବେ ସତ୍ୟବାନ
ସାବିତ୍ରୀ ଓ ସତ୍ୟବାନ ମିଶିକି
ପୁଣି ଗଢିବେ ନୂଆ ଜୀବନ,,,,,,,,

ରମାକାନ୍ତ ଦାସ

ନନ୍ଦିଗ୍ରାମ, ନାଉଗାଁ, ଜଗତସିଂହପୁର

Copyright © Sahitya Jibana | Newsphere by AF themes.