Sahitya Jibana

Portal on odia literature

ସାବିତ୍ରୀ – ଜଗବନ୍ଧୁ ସାହୁ

1 min read

ପୂର୍ବେ ଜଣେ ନାରୀ ନାମ ତା ସାବିତ୍ରୀ
ଥିଲା ସିଏ ପତିବ୍ରତା
ତାଙ୍କରି ଆଗରେ ଯମ ରାଜାଙ୍କର
ନଇଁ ଥିଲା ପୁଣି ମଥା

ସତ୍ଯବାନ ଥିଲେ ସ୍ବାମୀ ଯେ ତାଙ୍କର
କରୁଥିଲେ ପାଦ ପୂଜା
ଦୁଃଖେ ସୁଖେ ଦିନ ବିତି ଯାଉଥିଲା
ନଥିଲା ଐଶୁର୍ଯ୍ୟ ଖୋଜା

ଜଙ୍ଗଳରୁ କାଠ ସଂଗ୍ରହ ନିମନ୍ତେ
ସତ୍ଯବାନ ଗଲେ ବନେ
ସାବିତ୍ରୀ ବହନ ସଙ୍ଗତେ ଚଳିଲେ
ପହଞ୍ଚିଲେ ଘୋର କାନନେ

ଉଚ୍ଚବୃକ୍ଷ ପରେ ଚଢି ସତ୍ଯବାନ
କରିଲେ ଛେଦନ ଡାଳ
କିଛି କ୍ଷଣ ଅନ୍ତେ ମୁହଁ ବୁଲେଇକି
ପଡିଗଲେ ସିଏ ତଳ

ଯମରାଜା ଆସି ସତ୍ଯବାନଙ୍କର
ପ୍ରାଣଙ୍କୁ ନେଲେ ଯେ ହରି
ସତ୍ଯବାନଙ୍କର ପୁନଃ ପ୍ରାଣ ଲାଗି
ସାବିତ୍ରୀ କଲେ ଗୁହାରୀ

ପ୍ରତିବ୍ରତା ନାରୀ ଦେଖି ଯମରାଜ
କହିଲେ ଶୁଣ ହେ ନାରୀ
ସ୍ବାମୀ ପ୍ରାଣ ଛାଡି ଯାହା ମାଗ ତୁମେ
ଦେଇ ଯିବି ସେଇ ପାରି

ପ୍ରଥମେ ମାଗିଲେ ରାଜ ସିଂହାସନ
ତାପରେ ସ୍ରହସ ଗାଇ
ଅନ୍ଧ ପିତା ମାତା ପାଇଁ ଚକ୍ଷୁ ଦାନ
ମାଗିଲେ ସାବିତ୍ରୀ ଦେଇ

ଏତେ ସବୁ ପରେ ଯମରାଜା ପଛେ
ସାବିତ୍ରୀ ଗଲେ ଯେ ପୁଣି
କହିଲେ ସାବିତ୍ରୀ ଆହେ ଯମରାଜା
ଶେଷ ବର ଦିଅ ପୁଣି

ବିରକ୍ତ ହୋଇଣ ଯମରାଜ କୁହନ୍ତି
ମାଗ ଯାହା ଇଛା ତୁମ
ମାଗିଲେ ସାବିତ୍ରୀ ସ୍ବାମୀଙ୍କ ଔରଷୁ
ଦିଅ ହେ ସାତ ସନ୍ତାନ

ତଥାସ୍ତୁ ବୋଲି ଯେ କହି ଯମରାଜ
ଦେଇଗଲେ ସ୍ବାମୀ ପ୍ରାଣ
ସେଇ ଦିନ ଥିଲା ଜ୍ଯେଷ୍ଠ ଅମାବାସ୍ଯା
ମନେ ରଖ ସାଧୁ ଜନ

ସେଥି ପାଇଁ ଆଜି ନାରୀ ମାନେ ସବୁ
ସଧବା ହୋଇବା ପାଇଁ
ବିଧି ବିଧାନରେ ଏ ବ୍ରତ ପାଳନ୍ତି
ସୁମରି କଳା ଗୋସାଇଁ

ଆମ୍ବ ପଣସ ଖଜୁରୀ ସପୁରୀ ତାଳ
ସଙ୍ଗେ ଜାଇଧୂଆ ନେଇ
ଅଳତା ପତର କଳା କାଚ ଦେଇ
ଯମଙ୍କୁ ପୂଜନ୍ତି ସେଇ

ପୂଜା ଶେଷ ପରେ ସ୍ବାମୀ ପାଦ ଧୋଇ
ପିଅନ୍ତି ଯେ ସେଇ ପାଣି
ସୌଭାଗ୍ଯ ବତୀର ଆଶିଷ ମାଗନ୍ତି
ସ୍ବାମୀଙ୍କୁ ଦେବତା ମଣି

ସାବିତ୍ରୀ ହାତରେ ଶଙ୍ଖା ବଜ୍ର ହେଉ
ସିନ୍ଥିରେ ଝଟକୁ ସିନ୍ଦୁର
ଗଳେ ଶୋଭାପାଉ ଗଳାହାର ତାର
ଶାଶୁଘର ହେଉ ମନ୍ଦିର

ସେଇ ଦିନ ଠାରୁ ସାବିତ୍ରୀ ନାମରେ
ଏ ବ୍ରତ ପାଳନ ହୁଏ
ଭାବନାରୁ କିଛି ଶଦ୍ଦକୁ ସାଉଁଟି
ଗୀତେ ଜଗବନ୍ଧୁ କହେ

ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

Leave a Reply