Sahitya Jibana

Portal on odia literature

ରଥଯାତ୍ରା-୧ – ଅନ୍ତର୍ଯ୍ୟାମୀ ସାହୁ

1 min read

ଜୟଜଗନ୍ନାଥ ଜଗତର ନାଥ
ଦୀନବନ୍ଧୁ ଦଇତାରୀ ,
ଅଗତୀର ଗତି ଆହେଲକ୍ଷ୍ମୀପତି
ନୀଳାଚଳ ନୀଳଗିରୀ ॥
ବରଷକେ ବାରମାସେ ତେର ଯାତ
ରଚିଥାଅ ଆଦିମୂଳ,
ଭକ୍ତ ପାଇଁ ପ୍ରଭୁ ଖେଳାଳୀଳା କର
ଯୁଗେ ଯୁଗେ ତୁମ୍ଭ ଖେଳ ॥
ଆଷାଢ଼ ମାସର ଶୁକଳ ପକ୍ଷରେ
ତିଥିଟି ଅଟେ ଦ୍ଵିତୀୟା,
ଭାଇ ଭଉଣୀଙ୍କୁ ସଙ୍ଗୀତରେ ନେଇ
ଲୀଳାକର କେତେ ନୁଆଁ ॥
ନୀଳାଚଳ ଧାମେ ବସିଛ ମଉନେ
ଭାଇ ଭଉଣୀଙ୍କୁ ନେଇ,
ବଡ଼ବେଭାରରେ ବଡ଼ପଣ ବହି
ଗମ୍ଭିରା ଗୃହରେ ରହି ॥
ଭକତ ବିଚରା ବର୍ଷ ସାରା ଧାଏଁ
ତୁମରି ବଡଦେଉଳେ ,
ସେ ଦୁଃଖ ଲାଘବ କରିବା ନିମନ୍ତେ
ଲୀଳା ରଚିଥାଅ ଛଳେ ॥
ଭକ୍ତଙ୍କ ଦର୍ଶନ କାମନା ଲାଳସେ
ଶ୍ରୀମନ୍ଦିରରୁ ବାହାରି,
ଭକ୍ତ ସଙ୍ଗେ ଲୀଳାକର ଚକାଡୋଳା
ରଥାରୁଢ଼ ହୋଇ କରି ॥

ଅନ୍ତର୍ଯ୍ୟାମୀ ସାହୁ
ପଲମ/ନର୍ଲା/କଳାହାଣ୍ଡି

Leave a Reply