Sahitya Jibana

Portal on odia literature

ସାବିତ୍ରୀ ଓଷା ବ୍ରତ – ସୁଦାମ ଦଳବରା

1 min read

 

ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି
ଆମ ଓଡ଼ିଆ ସଧବା ଏହି ବ୍ରତ ପାଳନ୍ତି
ସବୁ ସଧବା ନାରୀ ହୁଅନ୍ତି ସାବିତ୍ରୀ
ସ୍ୱାମୀଙ୍କର ଶୁଭ ଥାନ୍ତି ମନାସି ।।

ଓଡ଼ିଆ ସଧବା ନାରୀଙ୍କର
ପତି ଅଟନ୍ତି ଚଳନ୍ତି ଈଶ୍ୱର
ସେ ଈଶ୍ୱରଙ୍କ ପାଇଁ
କରନ୍ତି ଓଷା ବ୍ରତ ଯହିଁ ।।

ଏହି ଓଷାର ପୂଜା ବିଧି ପାଇଁ
ନାନାଦି ଫଳମୂଳ ଆଦି
କନ୍ୟା ପିତାଙ୍କ ଘର ପୂଜା ଭାର
ବ୍ରତରେ ହୋଇ ଦରକାର ।।

ନଡିଆ କଦଳୀ ପଣସ
ଆମ୍ବ ଲମ୍ଭୁ ଯେ ନାନା ଫଳ ଯାତ
ଅଛି ଯେତେକ ଫଳମୂଳ
ବ୍ରତରେ କେତେ ଶୋଭା ତାର ।।

ନାରୀ ଯେ ହୁଅନ୍ତି ସଜାଇ
ସିନ୍ଦୁର କଜଳ ଅଳତା ନାଇ
ନୂତନ ବସ୍ତ୍ରର ପରିଧାନ
କରନ୍ତି ମନ୍ଦିରରେ ଗମନ ।।

ନିଷ୍ଠାରେ କରନ୍ତି ଏହି ବ୍ରତ
କହନ୍ତି ଲକ୍ଷ୍ମୀ ନାରାୟଣ ରଖ
ମୋ ଶଙ୍ଖା ସିନ୍ଦୁର ବଜ୍ର ହେଉ
ସ୍ୱାମୀଙ୍କ କୋଟି ଆୟୁଷ ଯେ ଥାଉ ।।

କରିଣ ଏହି ଓଷା ବ୍ରତ
ସ୍ୱାମୀଙ୍କ ପାଦେ ସମର୍ପିତ
ସ୍ୱାମୀଙ୍କ ପାଦ ଧ୍ୱତ କରି
ସେବନ କରନ୍ତି ସବୁ ନାରୀ ।।

ସ୍ୱାମୀଙ୍କ ସୁଖ ସମୃଦ୍ଧିର କାମନା କରି
ନିଷ୍ଠାରେ ବ୍ରତ ପାଳନ୍ତି ସର୍ବ ନାରୀ
ଏହିତ ସାବିତ୍ରୀ ବ୍ରତ କଥା
ପାଳନର ରହିଛି କେତେ ଗାଥା ।।

ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ 

Leave a Reply