Sahitya Jibana

Portal on odia literature

ନାରୀ – ବାବୁଲି ଚରଣ ପାତ୍ର

1 min read
two women wearing traditional dress carrying basins

Photo by Jose Aragones on Pexels.com

ସୃଷ୍ଟି ବିଲୟ ଯୁଗେ ଯୁଗେ ନାରୀ

ନୁହଁନ୍ତି ସେ ଧର୍ଯ୍ୟ ହରା

ପ୍ରେମର ପିୟୁଷ ପୁରୁଷକୁ ଦେଇ

ସାଜିଥାନ୍ତି ବସୁନ୍ଧରା ।।

 

ଶକ୍ତି ମୁକ୍ତି ଭକ୍ତି ଦେଇ ମନ ଜିଣି

ଦାନବୀ ମାନବୀ ଦେବୀ

ଭଗିନୀ ଜନନୀ ଜାୟା ରୂପରେ

ପୁରୁଷଙ୍କର ସେ ଦାବୀ ।।

 

ମଙ୍ଗଳକାରିଣୀ ସେନେହ ଦାୟିନୀ

ସୃଷ୍ଟିର ଆଦ୍ୟ ବିନ୍ଦୁ

ବୋହୂଟିଏ ସାଜି ଦିଶଇ ଯେମିତି

ପୂର୍ଣ୍ଣିମାର ସତେ ଇନ୍ଦୁ ।।

 

ଚରଣ ତାଙ୍କରି ପୂଜା ଅର୍ଚ୍ଚନାରେ

ବଧାଉଛୁ ମାଆ ପରି

ସତ୍ୟ ତ୍ରେତୟା ଦ୍ବାପର ଯୁଗରେ

କଳିର ବି ଏଇ ନାରୀ ।।

 

ନୁହଁନ୍ତି ସହଜ ମନେ ରଖି ଲାଜ

ରଖିଥାନ୍ତି ପରମ୍ପରା

ରହିଛି ଜଗତ ସବୁଠି ତା ହାତ

ସଂସ୍କୃତିର ଐକ୍ୟ ଧାରା।।

 

ବାବୁଲି ଚରଣ ପାତ୍ର

କଟକ

Leave a Reply