Sahitya Jibana

Portal on odia literature

ମିଛ ହସ – ସୁଦାମ ଦଳବରା

1 min read

ବେଳେବେଳେ ଏଇ ସମାଜ ଆଗରେ

ମିଛ ହସିବାକୁ ପଡୁଛି

ସତକୁ ଲୁଚାଇ ମିଛ ସାହାରାରେ

ଦୁଃଖ ଭୁଲିବାକୁ ହେଉଛି ।।

 

ଛାତିକୁ ପଥର କରି ବେଳେବେଳେ

ଦୁଃଖ ସହିବାକୁ ପଡୁଛି

ଦୁନିଆଁ ଆଗରେ ସତକୁ ଲୁଚାଇ

ମିଛ ହସିବାକୁ ପଡୁଛି ।।

 

ଯନ୍ତ୍ରଣା ଯର୍ଜରୀତ କଷ୍ଟକୁ ହୃଦୟେ

ଚାପିରଖିବାକୁ ପଡୁଛି

ଅନ୍ୟ ଖୁସି ପାଇଁ ନିଜର ଦୁଃଖକୁ

ସବୁ ଭୁଲିବାକୁ ହେଉଛି ।।

 

ଯେତେ ଯେ ଯନ୍ତ୍ରଣା ଥାଉ ସେ ହୃଦୟେ

ମୁଁ ଠିକ୍ ଅଛି କହୁଛି

ଦୁନିଆଁକୁ ଠିକ୍ ଅଛି ବୋଲି କହି

ନିଜ ଦୁଃଖକୁ ହୃଦୟେ ଚାପୁଛି।।

 

ମିଛ କହିବାକୁ ପଡୁଛି ଆଜି ଯେ

ଦୁଃଖ ଦେଖିବାକୁ କେହି ନାହାନ୍ତି

ସୁଖ ପାଇଁ ଏଠି ସଭିଏଁ ଆସନ୍ତି

ଦୁଃଖ ପାଇଁ କେହି ନାହାନ୍ତି ।।

 

ଦୁଃଖ କହିଲେ ଯେ ହସିବେ ସଭିଏଁ

ହାତ ଛାଡି ଚାଲି ଯାଆନ୍ତି

ସୁଖ ପାଇଁ ସାଥି ହୁଅନ୍ତି ସଭିଏଁ

ମୁଁ ତୁମ ସାଥିରେ ଅଛି କହନ୍ତି ।।

 

 ଶ୍ରୀ ସୁଦାମ ଦଳବରା

ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Leave a Reply