Sahitya Jibana

Portal on odia literature

ତୁମରି ଠାରେ – ଜ୍ୟୋତି ପଧାନ

1 min read

ମୁଁ ପ୍ରତିକ୍ଷଣ ସମର୍ପଛି

ମୋ ହୃଦୟକୁ

ତୁମରି ଠାରେ ।

 

ଶ୍ରାବଣର ଯେମିତି

ଅସରନ୍ତି ବର୍ଷା ଧାରା

ମୋ ନୟନରୁ ଝଙ୍କୃତ ହୁଏ

ତୁମ ପ୍ରେମ

ହୋଇ ଅବିରିତ ଅଶ୍ରୁଧାରା ।

 

ତୁମଠାରେ ସେଇ

କିଛିଟା ମୁହୂର୍ତ୍ତ

ଖେଳାଇ ଦେଇଥିଲା

ରୋମାଞ୍ଚର ସିହରଣ

ସଦ୍ୟ ସକାଳର

ସୁନେଲି କିରଣ

ସବୁଜ ବନାନୀ ରେ

ସାଧବ ବୋହୂର ସ୍ଵପ୍ନ ।

 

ସେଇ ସ୍ମୃତି ମୋର

ନେତ୍ର ଭରୁଥାଉ

ଅସୀମ ଗଭୀର ପ୍ରେମରେ

ମୁଁ ସର୍ବଦା ନିଜକୁ

ସମର୍ପିତ କରେ

ତୁମରିଠାରେ ।

 

ଜ୍ୟୋତି ପଧାନ

କେଉଁଟିପାଲି, ବିଜେପୁର ,ବରଗଡ

Leave a Reply