Sahitya Jibana

Portal on odia literature

ଗଛ ଲଗାଇ ପରିବେଶ ଦିବସ ପାଳ – ସୁଦାମ ଦଳବରା

1 min read

ପରିବେଶ ଆଜି ଦୂଷିତ ହୋଇଛି

ଆଧୁନିକତାକୁ ଯାଇ

ନିଜ ପାଇଁ ନିଜେ ବିପତ୍ତି ଡାକୁଛେ

ମୂର୍ଖ ପରିଚୟ ନେଇ ।।

 

ନିଜ ସ୍ୱାର୍ଥ ପାଇଁ ନିତି ଗଛ କାଟୁଛେ

ନିଜ ଉର୍ଣ୍ଣତ୍ତି ସାଧନ ପାଇଁ

ବିପତ୍ତିକୁ ଆମେ କେତେ ଡାକୁଅଛେ

ନିଜେ କିନ୍ତୁ ବୁଝୁ ନାହୁଁ ।।

 

ପରିବେଶ ପ୍ରଦୂଷଣ ନିତି ସେ କରୁଛି

ଶିକ୍ଷିତ ସାମାଜ ହୋଇ

ଅମ୍ଳଜାନ ସଙ୍କଟ ଯେବେ ଦେଖାଦିଏ

ଭାଗ୍ୟକୁ ଆଦରି ଥାଇ ।।

 

ଆଧୁନିକତା ନାମରେ ଅନ୍ଧ ହୋଇଅଛେ

ପରିବେଶ ପ୍ରଦୂଷଣ ନିଜେ ହିଁ କରୁଛେ

ଗଛ ଲଗାଇବାକୁ ଭୁଲିଯାଉଛେ

ବିପତ୍ତି ବେଳରେ ଭାଗ୍ୟ ନିନ୍ଦୁଛେ ।।

 

ଗଛ ଲାଗାଇ ପରିବେଶ ଦିବସ ପାଳ

ନହେଲେ ସବୁ ହେବ ବିଫଳ

କିଛି ଲାଭ ନାହିଁ ଏ ସଚେତନତା

ଆମ ପାଇଁ ବିପତ୍ତି ହୋଇଛି ଲେଖା ।।

 

ଶ୍ରୀ ସୁଦାମ ଦଳବରା

ତୁରୁମୁ, ଭଞ୍ଜନଗର ,ଗଞ୍ଜାମ

Copyright © Sahitya Jibana | Newsphere by AF themes.