Sahitya Jibana

Portal on odia literature

ଆଉ ଅନ୍ଧାର ନାହିଁ ଖେଳିବାକୁ ଲୁଚକାଳି -ଅନଙ୍ଗ ମୋହନ ଦାସ

1 min read

ଅଧୁରା ସପନ ଯାଇଛି ବତରି

ଚତୁଃପାର୍ଶ୍ଵ ପୁଣି ଆଲୁଅର ଘେରି ;

ପିଲାଦିନ ଆଜି ଯାଇଛି ବିସରି

ନାହିଁ ଆଜି ଆଉ ଅନ୍ଧାରର ରଡି ।

 

 

ମୁକ୍ତି ମାଗେ ଯହିଁ ସୁପ୍ତ ଶେଫାଳି

ଫେରିବକି ସେ ଶୈଶବ ର ଦୋଳି ;

ଚାରିଆଡେ ଆଜି ଜହ୍ନ ପୁନେଇ

ଲୁଚିବାକୁ ଆଉ ଅନ୍ଧାର କାହିଁ ।

 

ସ୍ବାର୍ଥ ସୌଦାଗର ଏ ଜୀବନ

ଅ ପଛେ ଯେ ଭାଗେ ପ୍ରତିକ୍ଷଣ ;

ଅ ର ଅତୀତ ନାହିଁ ସଙ୍ଗାତ

କିପରି କହିବି ତା ମହତ୍ତ୍ବ

 

କୈଶୋର ଖୋଜୁଛି ଶୈଶବ

ଆଲୁଅ ଖୋଜେ ଯେ ଅନ୍ଧାର ;

ଅ ପୁଣି ଝୁରେ ଯେ ଅତୀତ

ଆ କହେ ଆ ଖେଳିବା ମିତ ।

 

ଅନଙ୍ଗ ମୋହନ ଦାସ

ଡଗରା ,ବାଲିଆପାଳ , ବାଲେଶ୍ୱର

Copyright © Sahitya Jibana | Newsphere by AF themes.