Sahitya Jibana

Portal on odia literature

ଅଭିଶପ୍ତା କେତକୀ – କବିସୌରଭ କୈଳାଶଚନ୍ଦ୍ର ବେହେରା

1 min read

ପ୍ରାଚୀନ ଗ୍ରନ୍ଥ ରଚୟିତାମାନଙ୍କ

ମତରେ ପୃଥିବୀର ତିନୋଟି ଅବସ୍ଥା ଅଛି । ଯଥା:- ସୃଷ୍ଟି ,ସ୍ଥିତି ଓ ପ୍ରଳୟ ।

ପ୍ରଳୟ ବେଳେ ପୃଥିବୀର ସମସ୍ତ ଜୀବ ଜଗତ ଲୋପ ପାଇ ଯାଆନ୍ତି । ସବୁଆଡ଼େ କେବଳ ପ୍ରଳୟ ଜଳ ଘୋଟି ରହିଥାଏ ।

ଶ୍ବେତବରାହ କଳ୍ପରେ ଥରେ ଏମିତି କୀଟଠାରୁ ବ୍ରହ୍ମ ଯାଏଁ ସମସ୍ତେ ଲୋପ ପାଇ ଯାଇଥିଲେ । ପ୍ରଳୟ ମହାଜଳରେ ବଟପତ୍ର ଉପରେ ବିଷ୍ଣୁ ଯୋଗନିଦ୍ରା ଯାଇଥିଲେ । ତାଙ୍କର ନାଭି କମଳରୁ ବ୍ରହ୍ମା ଜାତ ହେଲେ । ବ୍ରହ୍ମା ସେଇ ଜଳ ଉପରେ ବହୁତ ବୁଲିଲେ । କିନ୍ତୁ ତା’ର ଥଳକୂଳ ପାଇଲେ ନାହିଁ । ଏତିକି ବେଳେ ବିଷ୍ଣୁ ଯୋଗ ନିଦ୍ରାରୁ ଉଠି ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ । ବ୍ରହ୍ମା ତାଙ୍କର ପରିଚୟ ମାଗିଲେ ଓ କହିଲେ – “ମୁଁ ହେଉଛି ସମସ୍ତଙ୍କର ସୃଷ୍ଟି କର୍ତ୍ତା ।ଏଣୁ ମତେ ଆଶ୍ରା କଲେ ନିଶ୍ଚିନ୍ତରେ ରହି ପାରିବ । ” ଏହା ଶୁଣି ବିଷ୍ଣୁ କ୍ରୋଧ ହୋଇ କହିଲେ – “ମୁଁ ସୃଷ୍ଟି , ସ୍ଥିତି ଓ ପ୍ରଳୟର କର୍ତ୍ତା ଅଟେ । ମୁଁ ଚାହିଁଲେ ତୁମ ଭଳି ଶହ ଶହ ବ୍ରହ୍ମା ସର୍ଜନା କରିପାରେ । ମୋଠାରୁ ବଡ଼ ହୋଇ ଅନ୍ୟ କୌଣସି ଦେବତା ନାହିଁ । ତେଣୁ ତୁମେ ମତେ ଆଶ୍ରା କଲେ ନିଶ୍ଚିନ୍ତରେ ରହି ପାରିବ । ”

ଏହିପରି ବ୍ରହ୍ମା ଓ ବିଷ୍ଣୁ ଯିଏ ଯାହାର ବଡ଼ ପଣ ଦେଖାଇବାକୁ ଲାଗିଲେ । ଏ ସମୟରେ ପ୍ରଳୟ ଜଳରେ ସେମାନଙ୍କ ଆଗରେ ଏକ ଅପୂର୍ବ ଜ୍ୟୋତି ଦେଖାଗଲା । ଯାହାର ତେଜ ହଜାର ହଜାର ସୂର୍ଯ୍ୟଙ୍କଠାରୁ ଅଧିକ ଥିଲା । ବ୍ରହ୍ମା ଓ ବିଷ୍ଣୁ ସେଠାକୁ ଯାଇ ତାହା ଏକ ଜ୍ୟୋତିର୍ଲିଙ୍ଗ । ଚାହିଁଲେ ତା’ର ତେଜରେ ଆଖି ବୁଜି ହୋଇ ଯାଉଛି । ତା’ର ଆଦି ଅନ୍ତ ଜଣା ପଡୁ ନାହିଁ । ବ୍ରହ୍ମା ଓ ବିଷ୍ଣୁ ପରସ୍ପର କଥାବାର୍ତ୍ତା ହୋଇ ଠିକ୍ କଲେ ଯେ ଏହି ଜ୍ୟୋତିର୍ଲିଙ୍ଗ କେତେଦୂର ବ୍ୟାପି ରହିଛି ଜଣା ପଡୁ ନାହିଁ । ଏହାର ମୂଳ ତଳକୁ କେତେ ଯାଏଁ ରହିଛି ଓ ଅଗ୍ରଭାଗ କେତେ ଉପରକୁ କେତେ ଦୂରରେ ଅଛି ଯେ କହି ପାରିବ ସେ ହେବ ବଡ଼ ।ବ୍ରହ୍ମା ହ°ସରୂପ ଧରି ଜ୍ୟୋତିର୍ଲିଙ୍ଗର ଅଗ୍ରଭାଗ ସନ୍ଧାନରେ ଉପରକୁ ଉଠିଲେ ଓ ବିଷ୍ଣୁ ବରାହ ରୂପ ଧରି ମୂଳ ଭାଗର ସନ୍ଧାନରେ ତଳକୁ ଗଲେ । ବିଷ୍ଣୁ ସପ୍ତ ପାତାଳ ଭେଦକରି ଲିଙ୍ଗ ମୂଳକୁ ବହୁତ ଖୋଜିଲେ । କିନ୍ତୁ ନ ପାଇ ଶେଷରେ ନିରାଶ ହୋଇ ଫେରିଲେ । ବ୍ରହ୍ମା ମଧ୍ୟ ହ°ସ ରୂପରେ ଉଡ଼ି ଉଡ଼ି ବହୁତ ଉପରକୁ ଉଠିଲେ । କିନ୍ତୁ ଜ୍ୟୋତିର୍ଲିଙ୍ଗର ଅଗ୍ରଭାଗ ଠାବ କରି ନ ପାରି ମନ ଦୁଃଖରେ ଫେରିଵାକୁ ଲାଗିଲେ ।

ଏ ସମୟରେ ବ୍ରହ୍ମା ଗୋଟିଏ କେତକୀ ଫୁଲ ତଳକୁ ଖସୁଥିବାର ଦେଖିବାକୁ ପାଇଲେ । ତାହା ଲିଙ୍ଗ ମସ୍ତକରୁ ଖସି ବହୁ କାଳ ହେଲା କ୍ରମେ କ୍ରମେ ତଳକୁ ଆସୁଥିଲା । ବ୍ରହ୍ମା ଫୁଲଟିକୁ ହାତରେ ଧରି ପକାଇ ପଚାରିଲେ – ” ତୁ କେଉଁ ଠାରୁ ଆସିଲୁ କହ । ତୋତେ ଦେଖି ମୋ ମନରେ ଆନନ୍ଦ ସଞ୍ଚାର ହେଉଛି । ”

କେତକୀ କହିଲା – ” ମୁଁ ଶିବଙ୍କ ଶିରରେ ଥିଲି । ଶିବ ସ୍ନାନ ସମୟରେ ମତେ ମସ୍ତକରୁ ବାହାର କରିଦେଲେ । ମୁଁ ଖସି ଆସୁ ଆସୁ କେତେ ଯୁଗ ବିତି ଗଲାଣି । ”

( କ୍ରମଶଃ )

ଏହା ସପ୍ତମ ପ୍ରକାଶିତ ବହିର ୧୨ ନ° ଗଳ୍ପ ।

ଆଗରୁ ୧୧ଟି ଗଳ୍ପ ଦେଇଥିଲି ।

ପାଠକ ପାଠିକାମାନଙ୍କୁ ଅନୁରୋଧ –

ଗଳ୍ପଟିକୁ ଆମୂଳଚୂଳ ପଢ଼ିଵେ ଓ

ପ୍ରେରଣାତ୍ମକ ମନ୍ତବ୍ୟ ଦେବେ ।

ଧନ୍ୟବାଦ ।

💐ସୃଷ୍ଟି : ଏକ ଗପ ଗଣ୍ଠିଲିର 💐

ଗଳ୍ପ ନ°- ୧୨

 

କବିସୌରଭ କୈଳାଶଚନ୍ଦ୍ର ବେହେରା

କନ୍ଧମାଳ

Leave a Reply