Sahitya Jibana

Portal on odia literature

ଉତ୍କଳ – ମନୋଜ କୁମାର ପଟ୍ଟନାୟକ

1 min read

ଯେଉଁ ଠାରେ ଅଛି ଜଗନ୍ନାଥ ଧାମ

ସେଇ ମୋ ଉତ୍କଳ ଭୁଇଁ

ବିଶ୍ବରେ ବିକ୍ଷ୍ୟାତ ଦେବ ଜଗନ୍ନାଥ

ପୁରୀ ରେ ଅଛନ୍ତି ରହି

 

ଏହି ଗଛ ଲତା ଏହି ମାତୃଭୂମି

ଲାଗଇ ଆମକୁ ସୁନ୍ଦର

ଉତ୍କଳର ଏହି ଓଡ଼ିଆ ଭାଷାଟି

ଲାଗଇ ବହୁତ ମଧୁର

 

ସରଗଠୁ ବଳି ଉତ୍କଳ ଭୂମି ମୋ

ସୂର୍ଣ୍ଣ ଅକ୍ଷରରେ ଲେଖା

ଉତ୍କଳ ଭୂମି ମୋ ପବିତ୍ର ସ୍ଥାନଟି

ବାରମ୍ବାର ମନେ ହୁଅଇ ଦେଖା

 

ଉତ୍କଳ ଭୂମି ମୋ ପୁଣ୍ୟ ତ୍ରିଥ ସ୍ଥାନ

ସରଗଠୁ ବଳି ଅଛି

ତାଠାରୁ ସୁନ୍ଦର ତ୍ରିର୍ଥ ସ୍ଥାନ ଟିଏ

ଆଉ କୋଉଁଠାରେ ଅଛି

 

ଆମ ବେଶ ଭାଷା ବହୁତ ସୁନ୍ଦର

ସୁନ୍ଦର ଆମରି ଦେଶ

ଆମ ଦେଶବାଶି ବହୁତ ସାହସୀ

ଉତ୍କଳ ରେ ନାହିଁ କ୍ଲେଶ

 

ଅନେକ ବୀର ପୁତ୍ର ଉତ୍କଳର ଏହି

ବକ୍ଷରେ ନେଇଛି ଜନ୍ମ

ନାମ ରଖିଛନ୍ତି କେତେ କାଳରୁ ସେ

କରି କେତେ ଧର୍ମ କର୍ମ

 

ସଂସ୍କୃତି ଭରା ଏ ଉତ୍କଳ ଭୂଇଁ

ସଂସ୍କୃତି ରହିଛି ଭରି

ଆମ ସଂସ୍କୃତିର ଓଡ଼ିଶୀ ନୃତ୍ୟ

ଦେଶରେ ଚର୍ଚ୍ଚିତ ଭାରି

 

ଧନ୍ୟ ଏ ଜୀବନ ଉତ୍କଳ ଭୁଇଁ ରେ

ଜନମ ଲଭିଚି ମୁହିଁ

ଧନ୍ୟ ମା ଲୋ ଏ ଉତ୍କଳ ଭୁଇରେ

ଜନମ ନେଇଛି ମୁହିଁ

 

ମନୋଜ କୁମାର ପଟ୍ଟନାୟକ

ଗ୍ରାମ:- ରାଳବ

ବ୍ଲକ:- ହିଞ୍ଜିଳିକାଟୁ

ଜିଲ୍ଲା:- ଗଞ୍ଜାମ

ପିନ୍:- ୭୬୧୧୦୨

ମୋବାଇଲ୍:-୯୯୩୭୩୦୭୮୫୭