Sahitya Jibana

Portal on odia literature

ତୁମପାଇଁ – ଅରୁଣ କୁମାର ପ୍ରଧାନୀ

1 min read

ତୁମପାଇଁ ସାଥୀ ଲେଖୁଛି କବିତା
ଗାଉଛି ବିରହ ଗୀତ
ଗିରିସମ ତାତି ଜଣା ପଡିନାହିଁ
ଦେଇଛ ବେଦନା ଶୀତ
ତୁମପାଇଁ ଦେଖେ କେତେଯେ ସପନ
    ରାତି ସିନା ସରି ଯାଏ
ସରିନାହିଁ ମୋର ଦେଖିବା ସପନ
      କାନେ କାନେ କହି ଯାଏ
ତୁମପାଇଁ ସିନା ବନ ପାହାଡ଼ ରେ
       ଖୋଜିଲି ପ୍ରକୃତି ପ୍ରେମ
ତୁମେ ନାହଁ ବୋଲି ସବୁ ମରୀଚିକା
     ମନରେ ଜଗାଏ ଭ୍ରମ

ଅରୁଣ କୁମାର ପ୍ରଧାନୀ
ନର୍ଲା, କଳାହାଣ୍ଡି
ଇ-ମେଲ୍ :pradhaniarunsva2012@gmail.com