Sahitya Jibana

Portal on odia literature

ମମତାମୟୀ ଜନନୀ – ବିକ୍ରମ ବେହେରା

1 min read

ମାଆ ର ଶବ୍ଦ ରୁ ଝରିଯାଏ ଯେଉଁ

ମଧୁର୍ଯ୍ୟତା ର ପରସ

ସବୁ ଶବ୍ଦ ଆଜି ସାଉଁଟିଲେ ମଧ୍ୟ

ସେ ଶବ୍ଦ ଆଗରେ ନିରାଶ

 

କବି ବୋଲି ଆଜି ଯେଉଁ ସମାଜ ଜାଣନ୍ତି

ତାହାରି ଆଶିଷ ପାଇଁ

ତା ଗୁଣ ଗାଇଲେ ଫିକା ପଡ଼ିଯିବ

ଆମରି ମରତ ଭୂଇଁ

 

ମାଆ ହିଁ ମୋ ଧରା ମାଆ ହିଁ ମୋ ବିଶ୍ୱ

ଏ ଜଗତେ ତିଷ୍ଠିବା ପାଇଁ

ଅଳି ଅଝଟ ର ସବୁ ଝଡ଼ ସହେ

ତାପରି କେ ହବ ନାହିଁ

 

ସହନଶୀଳତା ଅନୁଭୂତି ରେ ସେ

ମହୀୟାନ ମହର୍ଷି ଟେ

ଯେତେ ବଡ଼ କଷ୍ଟ ହେଇଯାଏ ନଷ୍ଟ

ମାଆ ର ପାଦପଦ୍ମେ

 

ବିକ୍ରମ ବେହେରା

ଆସ୍କା,ଗଞ୍ଜାମ 

ହ୍ୱାଟ୍ସଆପ୍ ନମ୍ବର :

7205945853