Sahitya Jibana

Portal on odia literature

ମମତାମୟୀ ଜନନୀ – ଅବନୀ କାନ୍ତ ସାହୁ

1 min read

ଦଶମାସ ଗର୍ଭେ ଯେ କରେ ଧାରଣ

କରାଏ ସେ ସ୍ତନ୍ୟପାନ

ସବୁ ଦୁଃଖ କଷ୍ଟ ଭୁଲିଯାଇ ସିଏ

କରନ୍ତି ମଧୁବର୍ଷଣ ।୧

ଧରିତ୍ରୀ ସମାନ ଧଇର୍ଯ୍ୟ ତାହାର

ଅଟେ କରୁଣା ଭଣ୍ଡାର

ସରଗଠୁ ସିଏ ଅଟଇତ ବଡ଼

ଅଟଇ ନିଃସ୍ୱାର୍ଥପର ।୨

ଯତନେ ପାଳନ କରିଥାଏ ସିଏ

ନଥାଏ ତା ରାଗରୋଷ

ମାନ ଅଭିମାନ ସବୁ ଭୁଲି ସିଏ

ମୁଖରେ ଫୁଟାନ୍ତି ହସ।୩

ପ୍ରଥମ ଗୁରୁସେ ଦେଇଛନ୍ତି ଶିକ୍ଷା

ଆଚାର ସଂସ୍କାର କେତେ

ନବ ନବ ଜ୍ଞାନ ଦେଇଥାନ୍ତି ସିଏ

ନସରେ କହିଲେ ଯେତେ।୪

ସେବା ମମତାର ଅସରନ୍ତି ଧାରା

କ୍ଷମାଗୁଣେ ଗରୀୟସୀ

ସ୍ନେହର ପସରା ଅମୀୟର ଧାରା

ଢାଳିଥାନ୍ତି ହସଖୁସି।୫

 

ଅବନୀ କାନ୍ତ ସାହୁ

ଦେଓଲି,ପୋ ମହୁଳପାଲି, ବରଗଡ଼

ହ୍ୱାଟ୍ସଆପ୍ ନମ୍ବର :-

8658291328