Sahitya Jibana

Portal on odia literature

ଦିନେ ତୁମେ ଫେରିବ – ଚୁନିଲ କୁମାର ଗଙ୍ଗ ଦେବ

1 min read

ଚାଲିଗଲ ସିନା ବାଟ ଭାଙ୍ଗି ପ୍ରିୟା
ପଛକୁ ନଚାହିଁ ଥରେ
ହେଲେ ମୁଁ ଜାଣିଛି ଫେରିବ ନିଶ୍ଚୟ
ବାଟ ହୁଡ଼ି ଗଲା ପରେ ।।

ମୋ ହୃଦ ଦୁଆର ଖୋଲା ସବୁ ଦିନ
କେବଳ ତୁମରି ପାଇଁ
ନିଶ୍ୱାସ ରେ ମୋର ପ୍ରଶ୍ୱାସରେ ମୋର
ବହୁ ଅଛ ସାଇଁ ସାଇଁ ।।

କଥା ଦେଇଥିଲ ମନ୍ଦିର ବେଢାରେ
ହେବିନି ଆଉ କାହାର
ସେ କଥା ମୋର ମନେ ଅଛି ସବୁ
କେମିତି ହେବି ମୁଁ କାହାର ।।

ତୁମ ଅପେକ୍ଷାରେ ସବୁବେଳେ ମୁହିଁ
ରହିଛି ଚାତକ ଭଳି
କେବେ ତ ବର୍ଷିବ ଶ୍ରାବଣର ଛିଟା
କେବେ ଫଗୁଣର ହୋଲି ।।

ମୁଁ ଜାଣେ ପ୍ରିୟା ମୋ ହୃଦ ରାଇଜେ
ନିଶ୍ଚେ ଦିନେ ତୁମେ ଫେରିବ
ବସନ୍ତ ନହେଲେ ଶ୍ରାବଣ ବର୍ଷାରେ
ମତେ ତମେ ଭିଜେଇବ ।।

ଚୁନିଲ କୁମାର ଗଙ୍ଗ ଦେବ

ଗ୍ରାମ-ଯୁଯୁରାଙ୍ଗ ,କେସିଙ୍ଗା,କଳାହାଣ୍ଡି 

ହ୍ୱାଟ୍ସଆପ୍ ନମ୍ବର :

୬୩୭୧୭୨୮୪୬୩