Sahitya Jibana

Portal on odia literature

ମମତାମୟୀ ମାଆ – ରୀନା ରାଣୀ ପାତ୍ର

1 min read

ମମତା ମୟୀ ତୁ ଜନନୀ ମୋହର
ସ୍ବର୍ଗ ଠାରୁ ମହୀୟସୀ
ଜନମ ଦେଇଣ କୋଳେ ଧରିଅଛୁ
କୋମଳ କରେ ଆଉଁଷି
ସଦା ହାସ୍ୟମୟୀ ମୁଖଟି ତୋହର
ଅମୃତ ତହୁଁ ଝରେ
ଚାହିଁ ଦେଲେ ଥରେ ଦୁଃଖ ଭୁଲିଯାଏ
ହସ ଫୁଟେ ଓଠ ଧାରେ
ଅଙ୍ଗୁଠି ଧରିଣ ଚାଲି ଶିଖାଇଲୁ
ମୁଖରେ ଦରୋଟି ଭାଷା
ଦୁଃଖରେ ସୁଖରେ ଛାଇ ପ୍ରାୟେ ଥାଉ
ମେଲି ସୁରକ୍ଷାର ଛତା

ରୀନା ରାଣୀ ପାତ୍ର
ଦିଲ୍ଲୀ
ଇ-ମେଲ :
Rinaranipatro1257@gmail.com