Sahitya Jibana

Portal on odia literature

ମମତାମୟୀ ଜନନୀ – ଶେଖ୍ ମୋଜାହିଦ୍ ମହତାବ

1 min read

ମମତା ତ ମମତା ମାଆର ମମତା
ସେତ ଏକ ଅମୂଲ୍ୟ ସଂହିତା

କେବେ ହଜିନାହିଁ ତାହାରି ସତ୍ତା |

ଦିନେ ନଦେଖିଲେ ଖାଇ ନଥାଏ
ଅପଲକ ନୟନେ ଚାହିଁ ରହିଥାଏ
ରୋଗ ହେଲେ ପାଖେ-ପାଖେ ଥାଏ
ସଦା ଈଶ୍ୱର କୁ ଡ଼ାକୁଥାଏ |

ସନ୍ତାନ ମଙ୍ଗଳ ପାଇଁ
ମାଆ ଓଷା ବ୍ରତ କରେ
ଶେଷରେ ସନ୍ତାନ ତାକୁ ଧିକ୍କାର କରେ
ଦଶମାସ ଦଶଦିନ ଗର୍ଭରେ ଧରେ
ଯେତେ କଷ୍ଟ ହେଉ ପଛେ ମନ ଉଣା ନକରେ |

କୁନି-କୁନି ହାତଧରି ଚାଲି ଶିଖାଏ
ଜିବନ ଜିଁବାର ରାହା ବତାଏ
ବାର ଘରେ ପାଇଟି କରି ମଣିଷ କରେ
ଶେଷରେ ସନ୍ତାନ ତାକୁ ଧିକ୍କାର କରେ |

ଯେତେ ଦୁଃଖ ଆସୁ ମାଆ ସବୁ ସହି ଯାଏ
ନିଜେ ଭୋକିଲା ରହି ପୁତ୍ର ମୁହେଁ ଦାନା ଦିଏ

ସନ୍ତାନ ସୁଖ ପାଇଁ ମାଆ ସବୁ ତ୍ୟାଗ କରେ ପରିଷେଶେ ପୁତ୍ର ତାକୁ ହତାଦର କରେ|

ତଥାପ ମାଆ ସନ୍ତାନର ଅମଙ୍ଗଳ ନଚାହେଁ,
ସଦା ସର୍ବଦା ତାର ଶୁଭ ମନାସି ଥାଏ

ଆସୁ ଯେତେ ଝଡ଼ଝଞ୍ଜା ମାଆ କେବେ ହାରେ ନାହିଁ

ସନ୍ତାନ ସୁଖ ପାଇଁ ମାଆ ମୃତ୍ୟୁକୁ ଡ଼ରେ ନାହିଁ|

ମମତା ତ ମମତା ମାଆର ମମତା
ସେତ ଏକ ଅମୂଲ୍ୟ ସଂହିତା
କେବେ ହଜିନାହିଁ ତାହାରି ସତ୍ତା |

ଶେଖ୍ ମୋଜାହିଦ୍ ମହତାବ
ଯାଜପୁର
ଇ-ମେଲ :
mozahidmahatab@gmail.com