Sahitya Jibana

Portal on odia literature

ମମତାମୟୀ ଜନନୀ – ଟୋନିସ ରୋହିଦାସ

1 min read

ମାଆ ତୁ ମୋ ଜୀବନ
ମାଆ ତୁ ମୋ ସପନ।।
ତୋ ପାଦର ଧୂଳି ମୋ ପାଇଁ ମାଆ ତିଳକ ଚନ୍ଦନ
ମା ସବୁଠୁ ସ୍ନେହ କୋମଳ
ତୋରି ମନ।।
ତୋ ପାଇଁ ମୁଁ ଏ ଦୁନିଆ ଦେଖିଛି,
ତୋ ହାତ ଧରି ମାଆ ମୁଁ ଚାଲିବାକୁ ଶିଖିଛି।।
କେତେ କେତେ ଜନମ ପରେ
ତୋ ପରି ମାଆଟିଏ ମୁଁ ପାଇଛି।।
ଧନ୍ୟ ମାଆ ତୋ ମମତା,
ସବୁ ମିଠା ଲାଗେ ତୋ କଥା।।
ସବୁ ଜନମ ରେ ମାଆ ତୁ ମୋର ମା ହେଇ ମିଳୁଥା।।
ଟିକେ ନ ଦେଖିଲେ ତତେ କାନ୍ଦେ ମୁଁ
ଚିତ୍କାର କରି।।
ତୁ ଯେବେ ଦେଉ ଆଉଁସି ଖୁସି ହୋଇ ଯାଏ ଭାରି।।
ତୁ ମୋ ଯଶୋଦା ମା ତୁ ମୋ ଦେବକୀ ତୋ ସ୍ନେହ ପାଇ କୃଷ୍ଣ ମୁ ହେବି।।
ସବୁ ଜନମ ରେ ତୋ କୂଳରେ
ମୁ ଜନମ ହେବି।।
ତୋ ପଣତ ରେ ବାନ୍ଧି ମୋତେ ରଖିଥା ମାଆ।।
ତୋ ମମତା ଅମୂଲ୍ୟ ସମ୍ପଦ
ଯାହାର କୌଣସି ମୁଲ୍ୟ ନାହିଁ ମାଆ।।
ତୁ ଥିଲେ ପାଖେ ମୋର
ଲାଗିବନି କେବେ ଡ଼ର।।
ଜିତି ଯିବି ସବୁ ଆଜି
ଥିବ ଯାହା ବାଜି ଜୀବନର।।
ମାଆ ନାମ ରେ କି ଅମୃତ ଅଛି,
ସବୁ ବେଳେ ମାଆ ତତେ ଡାକୁଛି।।
ତୁ ମୋ ପାଇଁ ଦେବୀ ତୁ ମୋ ପାଇଁ ପୂଜା।।
ସାରା ଜଗତ ରେ ମାଆ ତୁ ପାଉଗୋ ପୂଜା।।
କେତେ ବେଲେ କାଲି ମା,କେତେ ବେଲେ ଦୁର୍ଗା,
କେତେ ବେଳେ ଚଣ୍ଡି ତ କେତେବେଳେ ଦଶଭୁଜା।।
ପାପ ନାସିନୀ ମା ତୁ ଜଗତ ଜନନୀ
ବିଶ୍ଵରୂପା।।
ସାହା ହୋଇ ଥିବୁ ମା କରୁଛି ବିନତି
ରଖିଥିବୁ ମାଆ ତୋର କୃପା।।
କେତେ କେତେ ରୁପ ରେ ତୁ ପାଳୁଛୁ ଜଗତ ।।
ମା ମୁ ତୋ ଜଣେ ଭକତ।।

ଟୋନିସ ରୋହିଦାସ ,ଜିଲ୍ଲା-ସୁନ୍ଦରଗଡ଼