Sahitya Jibana

Portal on odia literature

ଲୁହରେ ଭାସୁଛି ଆଜି – ସୁକାନ୍ତ ଖଣ୍ଡା

1 min read

ଭଲ ପାଉଥିଲା ଦେଖିଲେ ନାରୀଟେ କରୁଥିଲା ନୀଚ୍ଚ କାମ
ଭାବୁଥିଲା ମନେ ଆନନ୍ଦ ପାଉଛି ଆଜି ମରତରେ ଧନ୍ଯ।୧
ଜଣ ପରେ ଜଣେ କେତେ ଯେ ନାରୀର ଲୁଟିଲା ବସିକି ଫୁଲେ
ଫୁଲ ଝୁଲଣାଟା ଭଲ ଲାଗୁଥିଲା ଯେତେବେଳେ ବସି ଝୁଲେ।୨
ସମୟ ସର୍ବଦା ଗଡା଼ଣି ଉଠାଣି ଭାବିନାହିଁ ଦିନେ ହେଲେ
ନିଜକୁ ଭାବୁଛି ଭଲ ହିଁ କରୁଛି ଯାହା ଇଛା ଚାହିଁ ଦେଲେ।୩
ଦିନେ ବସିଗଲା ପାହାର ପିଠିରେ ଯେବେ ଝାମ୍ପି ନେଉଥିଲା
ଇଛା ବିରୁଧରେ ଯାଉଥିବା ଯୋଗୁଁ ଚାଲିବା ଆଉ ନୋହିଲା।୪
ଅଣ୍ଟା ପିଠି ଆଜି ଦରଜ ହେଉଛି ଯାଉନି ଡାକ୍ତରଖାନା
ଘରଲୋକେ ମଧ୍ଯ ପଚାରିଲେ କିଛି ନ କହି ବାନ୍ଧିଛି କନା।୫
ଧିରେଧିରେ ତା’ର ପିଠିର ପିଞ୍ଜରା କଷ୍ଟ ତାକୁ ଯେବେ ଦେଲା
ନ କହି ବିଚରା ରହି ପାରିଲାନି ଦିନେ ସେ ଖୋଲି କହିଲା।୬
ନେଡି଼ଗୁଡ଼ ବୋହି ଯାଇଥିଲା ଏବେ ଭଲ ସିଏ ହେଲା ନାହିଁ
ଅକର୍ମଣ୍ଯ ହୋଇ ପଡି଼ ରହିଗଲା ଘରେ ବୋଝଟିଏ ହୋଇ।୭
ଏବେ ବସିକି ସେ ଭାବୁଅଛି ମନେ କଲା କର୍ମମାନ ତା’ର
ଭୋଗିବାକୁ ହେବ ନ ହେଲେ ପ୍ରାରବ୍ଧ ଆଗକୁ ରହିବ ଝର।୮
ଈଶ୍ବରଙ୍କୁ ଆଜି ଆକୁଳେ ଡାକୁଛି ଯଥାଶୀଘ୍ର ଦଣ୍ଡଦେଇ
ପରଲୋକ ତାକୁ ନେଇଯାଅ ପ୍ରଭୁ କହୁଛି ଆକୁଳ ହୋଇ।୯
ବଞ୍ଚି ପାରୁଛି ନା ମରି ସେ ପାରୁଛି ଗୁହମୂତ ବିଛଣାରେ
ଆଖିର ଲୁହରେ ଭାସୁଅଛି ନିତି ଏ ଅଥଳ ଗରଭରେ।୧୦

ସୁକାନ୍ତ ଖଣ୍ଡା
କେନ୍ଦୁଝର

Copyright © Sahitya Jibana | Newsphere by AF themes.