Sahitya Jibana

Portal on odia literature

ଚିଲିକା – ସୁକାନ୍ତ ଖଣ୍ଡା

1 min read

ମୁଁ ମୋ’ର ପରିବାର ଧରି ଚିଲିକା ବୁଲି ଯାଇଥିଲି। ପତ୍ନୀ,ପୁତ୍ର ଓ ମୁଁ ବୋଲେରୋ ଯୋଗେ ସକାଳୁ ସକାଳୁ ଚିଲିକାରେ ପହଞ୍ଚିଲୁ। ପୁଅ ମୋ’ର ଚିଲିକାକୁ ଦେଖି ଆଶ୍ଚର୍ଯ୍ଯ ହୋଇଗଲା। ସେ ଦେଖିଲା ମାଳମାଳ ଢେଉ,ଦେହରେ ମାଳମାଳ ଡଙ୍ଗା ପୁଣି ଆକାଶକୁ ଘୋଡେଇ ଦେଇ ପାରିବା ପରି ଦଳଦଳ ଚଢେ଼ଇ। ସେ ଚିଲିକାକୁ ଦେଖୁଛି ତ ଦେଖୁଛି। ତା’ ମାଆ କାନ୍ତିରାଣୀ ଯେତେ କହିଲେ ବି କୌଣସି କଥା ଶୁଣିବା ହିଁ ନାଁ ଧରୁନାହିଁ। ଏଥର ନୌକାଟିଏ ଧରି ଆମେ ମାତ୍ର ତିନିଜଣ ଯାତ୍ରା ଆରମ୍ଭ କଲୁ। ପୁତ୍ର ଦିନେଶ ଡଙ୍ଗାରେ ବସୁବସୁ ଚିଲିକାର ପାଣି ମୁଠାଏ ପାଟିରେ ପୂରେଇ ଦେଇ ପିଇବାକୁ ଗଲା। ହେଲେ ଏତେ ଲୁଣିଆ ଯେ ଥୁ..ଥୁ..କରି ଫୋପାଡି଼ ଦେଲା। ଦିନେଶ କହିଲା,”ବାପା ! ଏ ପାଣି ଏତେ ଲୁଣିଆ କ’ଣ ମଧୁର ପାଣି ଏଠାରେ ମିଳେ ନାହିଁ?” ବାପା ନନ୍ଦ କିଶୋର କହିଲେ,”ଦିନେଶ ! ଆମ ଓଡି଼ଶାରେ ଦୁଇଟି ବଡ଼ବଡ଼ ହ୍ରଦ ଅଛି ଗୋଟିଏ ଚିଲିକା ଯେଉଁଠି ଆମେ ନୌକା ବିହାର କରୁଛେ। ଆଉ ଗୋଟେ ଅଂଶୁପା ଯେଉଁଠି ମଧୁର ଜଳ ପ୍ରବାହିତ। ଏ ଚିଲିକା ହ୍ରଦ ଲୁଣିଆ କିନ୍ତୁ ଯଦି ଆମେ କୂଅ,ନଳକୂଅ କି ବରୱେଲ ପାଣି ପିଇବା ତ ମଧୁର ଜଳ ପାଇବା।” ହଠାତ୍ ଦଳେ ଚଢେ଼ଇ ଆମ ମୁଣ୍ଡଦେଇ ଚକକର କାଟି ଉଡି଼ଗଲେ। ଦିନେଶ ଭୟରେ ଥରି ଉଠିଲା। ମାଆ ତାକୁ ବୁଝାଇ କହିଲେ,”ଦିନେଶ ! ଏ ପକ୍ଷୀଦଳ ଆମକୁ କେବେ ବି କଷ୍ଟଦେବେ ନାହିଁ। ସେମାନେ ଜାଣିଛନ୍ତି କି ଏ ଚିଲିକା ପକ୍ଷୀଙ୍କର ଅଭୟାରଣ୍ଯ। ସେମାନଙ୍କୁ ସୁରକ୍ଷା ଦିଆଯାଏ ହେଲେ ଯିଏ ମାରିବ ଯଦି ତ ଧରା ପଡି଼ବ ଉଭୟ ଜେଲ ଓ ଜୋରିମନା ଦେବାକୁ ହେବ। ଏହି ଭୟରେ କେହି ମାରିବାକୁ ସାହସ କରନ୍ତି ନାହିଁ। ନୌକା ତୀର ବେଗରେ ଯାଇ ମାଆ କାଳିଯାଇ ମନ୍ଦିର ପାହାଡ଼ ପାଖରେ ଲାଗିଲା। ଆମେ ତିନିହେଁ ଓହ୍ଲାଇ ମନ୍ଦିର ଦର୍ଶନ କଲୁ। ମାଆ କାଳିଜାଇଙ୍କୁ ପ୍ରଣାମ,ପୂଜା ଓ ଦର୍ଶନ କରି ପାହାଡ଼ଟା ବୁଲିବାକୁ ଚାହିଁଲୁ ହେଲେ ବୁଲିବା ଅସମ୍ଭବ ହେଲା। ପ୍ରବଳ ଝାଡା଼,ଠେକୁଆ କୁକୁଡା଼ ଦେଖି ନୌକାରେ ବସିଲୁ। ନୌକା ଚିଲିକାର ବିଭିନ୍ନ ଅଞ୍ଚଳ ଯଥା ଭାଲେରି ପାହାଡ,ଚଢେଇ ଗୁହା,ନଳବନ,ଜଟିଆ ପାହାଡ଼ ଆଦି ବୁଲୁବୁଲୁ ସଞ୍ଜ ହେବାକୁ ବସିଲା। ଆମେ ଫେରିବା ସମିଚୀନ ମଣି ଫେରିଲୁ। ମାଆ ଓ ବାପା ସହିତ ଦିନେଶ ସେ ଦିନ ଯେଉଁ ଆନନ୍ଦ ଉପଭୋଗ କଲା ସତରେ ଅଭୁଲା ରହିଲା। ବାପା ପୁରୀ,କୋଣାର୍କ ଓ ନନ୍ଦନକାନନ ବୁଲାଇ ଆଣିବାକୁ କହିଲେ ହେଲେ ଦିନେଶ କହିଲା,”ବାପା ! ଆସନ୍ତା ପହର ଦିନଠାରୁ ତା’ର ଅନ ଲାଇରେ ପରୀକ୍ଷା ହେବାର ଅଛି ତେଣୁ ଏଥର ଫେରିଯିବା ଆଉ କେବେ ଆସିଲେ ବୁଲି ଆନନ୍ଦ ନେବା। ସେଇଆ ହେଲା ଚିଲିକା ବୁଲି ଫେରି ଆସିଲୁ ତ ଦିନେଶର ଦେହ ଓ ମନ ପ୍ରଫୁଲ୍ଲ ହେବାରୁ ବାପା ଓ ମାଆଙ୍କୁ ଧନ୍ଯବାଦ ଓ ପ୍ରଣାମ କଲା। ବାପା ଓ ମାଆ ଦିନେଶର କଲ୍ଯାଣ କରି ଦୀର୍ଘ ଜୀବନ କାମନା କଲେ।

ସୁକାନ୍ତ ଖଣ୍ଡା , କେନ୍ଦୁଝର