Sahitya Jibana

Portal on odia literature

ଆମେ ତ ପୁରୁଷ ପୁଅ – ଜାହ୍ନବୀ ତ୍ରିପାଠୀ

1 min read

ଆମେ ତ ପୁରୁଷପୁଅ
ଆମପରି କିଏ ହେବ କୁହ
କଥା ପଦିକରେ ଝରାଇପାରୁ
ଆମେ ନାରୀ ଆଖିରେ ଲୁହ।
ଆମେ ତ ପୁରୁଷପୁଅ।
ଯାଉ ବୋଲି ଆମେ
ବାହାରକୁ କାମେ
ଆମେ ନାରୀ ମୁଣ୍ଡ ଉପରେ ବସୁ
ରୋଷେଇରେ ଟିକେ ଖିଲାପ ହେଲେ
ନାରୀ ଗାଲେ ଦୁଇ ଯାବଡା କଷୁ।
ଆମେ ତ ପୁରୁଷପୁଅ।
ନାରୀ ଛାଡିଆସେବାପଘର ସିନା
ପୁରୁଷ ମୁହଁକୁ ଚାହିଁ
ପୁରୁଷ ନାରୀର ଇହକାଳ ଆଉ
ପରକାଳ ଦେବତା କୁହଇ।
ସେଇ ପୁରୁଷ ନାରୀର ସାମାନ୍ୟ ଭୁଲ୍ ପାଇଁ
ତାକୁ ଘରୁ ବାହାର କରି ଦିଅଇ।
ଆମେ ତ ପୁରୁଷପୁଅ।
ପୁରୁଷ ବୁଝେନାନାରୀ ଅନ୍ତରକୁ
ସିଏ ବା କଣ ଚାହୁଁଚି
ନିଜ ବିଚାରକୁ ଜବରଦସ୍ତ ନାରୀ
ମୁଣ୍ଡେ ଥୋଇଦେଉଚି।
କାହିଁକି ନା ଆମେ ତ ପୁରୁଷପୁଅ।
ଗୋଟିଏ ନାରୀରେ ସନ୍ତୁଷ୍ଟ ନ ହୋଇ
ବାରଆଡେ ସିଏ ଯାଉଚି
ସ୍ତ୍ରୀ କାହା ସାଥେ କଥା ହେଲେ ତାର
ଦେହରେ ନିଆଁ ଲାଗୁଚି।
ଆମେ ତ ପୁରୁଷପୁଅ।
ଗୋଟିଏ ନାରୀଠୁ ଜନ୍ମ ହୋଇ
ଆମେ ଏତେ ବଳଶାଳୀ ହୋଇଚୁ
ସେହିପରି ଆଉ ଗୋଟେ ନାରୀ ପରେ
ବଳ କିଆଁ ଆମେ କାଢୁଚୁ
ସତ୍ୟକୁ ଆମେ ନ ଚିହ୍ନୁଚୁ।
ଆମେ ତ ପୁରୁଷପୁଅ।
ପୁରୁଷ ସହିତ ନାରୀ ରହିଲେ
ଏଇ ସୃଷ୍ଟିର ବିକାଶ ସମ୍ଭବ
ଜଣକ ବିନା ଜଣେ ଅସମ୍ପୂର୍ଣ୍ଣ
ଆଉ ନାରୀ ବିନା ଅସମ୍ଭବ।
ଏକଥା ଆମେ ନ ବୁଝୁଚୁ।
ତୁଛାଟାରେ ମିଛ ଅହମିକାରେ କହୁଚୁ
ଆମେ ତ ପୁରୁଷପୁଅ।

ଜାହ୍ନବୀ ତ୍ରିପାଠୀ
ଖୋର୍ଦ୍ଧା
ହ୍ୱାଟ୍ସଆପ୍ ନମ୍ବର :-
9040301455