Sahitya Jibana

Portal on odia literature

କୃଷ୍ଣ ପ୍ରେମ – ଅନ୍ତର୍ଯ୍ୟାମୀ ସାହୁ

1 min read

କୃଷ୍ଣମୋ ଜୀବନ କୃଷ୍ଣମୋ ସ୍ପନ୍ଦନ
କୃଷ୍ଣ ମୋ ହୃଦୟହାର,
କୃଷ୍ଣମୋ ନୟନ କୃଷ୍ଣମୋ ଅଞନ
କୃଷ୍ଣ ଗଣ୍ଠିଧନ ମୋର । ୧ ।
କୃଷ୍ଣମୋରଗତି କୃଷ୍ଣମୋର ମୁକ୍ତି
କୃଷ୍ଣମୋ ତପସ୍ୟା ବଳ,
କୃଷ୍ଣମୋ ଜନମ କୃଷ୍ଣମୋ କରମ
କୃଷ୍ଣମୋ ମୁକ୍ତିର ଫଳ । ୨ ।
କୃଷ୍ଣମୋ ନିଶ୍ୱାସ କୃଷ୍ଣମୋ ପ୍ରଶ୍ଵାସ
କୃଷ୍ଣମୋର ଦିବାରାତ୍ରି,
କୃଷ୍ଣମୋର ଘର କୃଷ୍ଣମୋଦୁଆର
କୃଷ୍ଣନାମେ ମୋର ପ୍ରିତୀ ।୩।
କୃଷ୍ଣମୋର ସ୍ମୃତି କୃଷ୍ଣମୋ ବିସ୍ମୃତି
କୃଷ୍ଣ ନାମ ଏକା ମୋର,
କୃଷ୍ଣମୋର ତୀର୍ଥ କୃଷ୍ଣମୋର ବ୍ରତ
କୃଷ୍ଣମୋ ମୁକ୍ତିର ଦ୍ଵାର । ୪ ।
କୃଷ୍ଣମୋର ଆତ୍ମା କୃଷ୍ଣପରମାତ୍ମା
କୃଷ୍ଣ ଜନ୍ମ ମୃତ୍ୟୁ ସାଥି,
କୃଷ୍ଣମୋର ଆଶା କୃଷ୍ଣମୋ ଭରଷା
କୃଷ୍ଣ ନାମ ଶେଷ ସାଥି । ୫ ।
ରାଧାକୃଷ୍ଣ ମୋର କବିତା ନିର୍ଝର
ତାଙ୍କ ପାଇଁ ସିନା କବି,
ମୁଁ ଛାର ମାତର କାହିଁ ଜ୍ଞାନ ମୋର
ଲେଖେ ତାଙ୍କ ପାଦ ସେବି । ୬।

                          ଅନ୍ତର୍ଯ୍ୟାମୀ ସାହୁ
                  ପଲମ/କେସିଙ୍ଗା/କଳାହାଣ୍ଡି