Sahitya Jibana

Portal on odia literature

ଭକ୍ତଙ୍କୁ କଲ୍ଯାଣ କର – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

1 min read

 

ଜଗତ ଠାକୁର ପରମ ଈଶ୍ବର
ସୃଷ୍ଟିର ଆଦ୍ଯ ଦେବତା
ସୃଷ୍ଟି ରକ୍ଷାକର ନହୋଇ ନିଷ୍ଠୁର
ହୋଇବ ଜଗତ ଜିତା ।୧।

ବେଳୁବେଳୁ ପାପ ଦେଖାଏ ବହପ
ବିସ୍ତାର କରୁଛି କାୟା
ବୁଡିଲାଣି ଜପ ବୁଡିଲାଣି ତପ
କାହିଁକି କରୁଛ ମାୟା ।୨।

ତବ ଅବହେଳା ବୁଡିଯିବ ଭେଳା
ମର୍ତ୍ତ୍ୟକୁ ଉହ୍ଲାଇ ଆସ
ଦେଖି ଶୁଭବେଳା କର ଲୀଳାଖେଳା
ଏ ଧରା ହେବ ଉସ୍ବାସ ।୩।

ଭକ୍ତଗଣ ଆଜ ହୋଇ ସଜବାଜ
ବସିଛି କରିବ ପୂଜା
ବ୍ଯାଘ୍ରଛାଲ ତେଜ ଭକତଙ୍କୁ ଖୋଜ
ବଜାଅ ଡମ୍ବରୁ ବାଜା ।୪।

ତ୍ରିନେତ୍ରରେ ଥରେ ଚାହିଁଦିଅ ବାରେ
ଭକ୍ତ ଦୁଃଖ ହେଉ ଦୂର
ଫେରିଆସୁ ଧୀରେ ସୁଖଶାନ୍ତି ଥରେ
ଭକ୍ତଙ୍କୁ କଲ୍ଯାଣ କର ।୫।

କୁହହେ ଠାକୁର କି ଦୋଷ ଆମ୍ଭର
କାହିଁକି ମିଳୁଛି ଦୁଃଖ
ମନ ମୋ ଅସ୍ଥିର ହେଲାଣି ଏଥର
କିପରି ଭୋଗିବି ସୁଖ ।୬।

କରୁଣାର ବାରି ପଡୁଥାଉ ଝରି
ସଂସାର ବାସୀଙ୍କ ପାଇଁ
କରନାହିଁ ଡେରି ଆସ ଅବତରି
କୁଣ୍ଠିତ କାହିଁ ଗୋସାଇଁ ।୭।

ଏତିକି ମିନତୀ ହେ ପାର୍ବତୀ ପତି
ଶୁଣବାରେ କର୍ଣ୍ଣ ଡେରି
ମନରେ ଶକତି ହୃଦୟେ ଭକତି
ଦୁଃଖଯାଉ ଅପସରି ।୮।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

 ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର, ମୋ – ୯୮୫୩୧୪୨୫୧୦

1 thought on “ଭକ୍ତଙ୍କୁ କଲ୍ଯାଣ କର – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

  1. ନରେନ୍ଦ୍ର ବାବୁ ଆପଣଙ୍କ କବିତା ଟି ମୋତେ ବହୁତ ଭଲ ଲାଗିଲା

Comments are closed.

Copyright © Sahitya Jibana | Newsphere by AF themes.