Sahitya Jibana

Portal on odia literature

ନୀଡ଼ – ସୁରେଶ ଚନ୍ଦ୍ର ମହାନ୍ତ

1 min read

କରେ ଯେତେ
ନୀଡ଼ ବିଶ୍ଳେଷଣ
ମିଳେ କିଛି ଲୁହ
ଆଉ କଷଣ
କେତେ ବେଳେ
ସୁଖର ମିଶାଣ
ଆଉ କେବେ ତ
କେତେ ଟୋପା
ସମ୍ପର୍କର ଗୁଣନ
ଅନେକ ଦୁଃଖର
ଫେଡ଼ାଣ
ପୁଣି କେବେ
କିଛି ହସର ହରଣ
ଏଇ ବୋଧେ
ନୀଡ଼ ସମୀକରଣ !

ସୁରେଶ ଚନ୍ଦ୍ର ମହାନ୍ତ
କୋଠାଘର, ପାଟଣା, କେନ୍ଦୁଝର