Sahitya Jibana

Portal on odia literature

କାହିଁକି କୁହ ମମତାଜ ? – ସୁରେଶ ଚନ୍ଦ୍ର ମହାନ୍ତ

1 min read

ଅଦିନିଆଁ ବର୍ଷା ପରି
ସମୟ ନ ଜଣାଇ
ଯମୁନାକୁଳ, କଦମ୍ବମୂଳ
ତମେ ଆସ କାହିଁକି ?
ଫଗୁଣ ମଳୟ ପରଶେ
ଜୁଇ, ଜାଇ, ମଲ୍ଲୀ, ଶେଫାଳି
ଅତି ବିଶ୍ୱସୀ ତମ ସାଥି
ତମେ ନେଇ ଆସ କାହିଁକି ?
ତମେ ଆସିଲେ ମୁଁ ଆନମନା
ପାଖରେ ନ ରୁହେ ଜ୍ୟୋସ୍ନା
ଝଡ଼ ବେଗେ ଆସେ ବୈଶାଖୀ
ନ କରି ଇତି କଣ ପାଇଁ ?
ଇଛା ସବୁ ଘୋଡା ହୋଇ ନ ପରେ
ପଙ୍ଗୁ ଗିରୀ ଲଙ୍ଘି ନ ପରେ
ତଥାପି ତ ସମ୍ଭବ —-
ସ୍ମୃତିର ତାଜମହଲ ଗଢିବା
ରାଣ ଖାଇ ମୁଣ୍ଡ ଛୁଇଁ
କାହିଁକି କୁହ ମମତାଜ ?

ସୁରେଶ ଚନ୍ଦ୍ର ମହାନ୍ତ
କୋଠାଘର, ପାଟଣା, କେନ୍ଦୁଝର