Sahitya Jibana

Portal on odia literature

ମଲା କପାଳ କୁ ଚିଟଫଣ୍ଡ – ତରଙ୍ଗ ଚଣ୍ଡି

1 min read

 

ବାପା ମା ଙ୍କ ନିଧନ ପରେ ଗୋପାଳ ଗାଁ ଗନ୍ତିଆ ଘରେ କାମ କରିଆସିଛି।। ଅଭାବ ଅନଟନ ଭିତରେ ପାଠପଢା ଅଧାରେ ଛାଡି ପେଟ ପାଇଁ ଗାଈ ଚରେଇବା ସହ ବିଲକାମରେ ଗନ୍ତିଆ କୁ ସାହାର୍ଯ୍ୟ କରିଆସିଛି।। କେତେବେଳେ ଶୈଶବ କଟି ଯୌବନ ର ମଧୁର ପରଶ ଆଲିଙ୍ଗନ କରିନେଇଛି ଜାଣିପାରି ନି ।।
ବୋଲକରା ବୋଲି ସମସ୍ତ ଙ୍କ ପ୍ରିୟ।। ପ୍ରେମ, ନା ଜାତି ଦେଖିଛି, ନା ଉପାର୍ଜନ।। ପାରସ, ସମାଜର ରୀତି ନୀତି।। ପ୍ରେମ ର ନିଶା ଆଉ ମିଳନ ର ଆଶ ଛିଣ୍ଡାଇ ଦିଏ ଆକଟ ର ଡୋରି ।। ଗାଁ ଗନ୍ତିଆ ଙ୍କ ପଢୁଆ ଝିଅ ପ୍ରୀତି କୁ ଧରି ରାତି ଅଧରେ ଫେରାର।। ସୁନେଲି ଭବିଷ୍ୟତ, ପ୍ରେମ ର ଦେଉଳ ଗଢିବା ର ପରିକଳ୍ପନା ନେଇ ସମ୍ବଲପୁର ସହରରେ ହାଜର ।। ପ୍ରୀତି, ଗୋପାଳ କୁ ଖୁବ୍ ଭଲପାଏ, ନିଜଠାରୁ ଅଧିକ ବିଶ୍ୱାସ କରେ। ସେଇଥି ପାଇଁ ତ ପାଦ ସାଥେ ପାଦ ମିଶେଇ ଆଗେଇ ଆସିଛି ଅଚିହ୍ନା ଅଜଣା ସହରକୁ।।

ଭଲପାଇବା ନିଶା ରେ ମନର ସୁଖ କି ଦେହର ଶୋଷ ସିନା ମେଣ୍ଟିଯାଏ, ପେଟର ଭୋକ ମେଣ୍ଟେନି କି ସଂସାର ରଥ ଗଡେନି।। ତେଲ ଲୁଣ ର ସଂସାରେ ଉପାର୍ଜନ କରିବାକୁ ହୁଏ।। ନୂଆ ସହର ରେ କିଏ ବା ସହଯୋଗ କରିବ!, ପ୍ରୀତି ର ଅଳଙ୍କାର ବିକି କିଛି ଦିନ ଚଳିଲେ।। ଗୋପାଳ କାମ ଖୋଜିବା ପାଇଁ ବାହାରିଛି।। ପାଠ ସାଠ ନାଇଁ କି ଚିହ୍ନା ପରିଚୟ ନାହାନ୍ତି ବୋଲି କାମ ନପାଇ ହତାଶ ରେ ଫାଟକ ଓଭର ବ୍ରିଜ୍ ପାଖେ ବସିପଡିଛି । ସେପଟୁ ଗାଁ ର ହରିଆ ରିକ୍ସା ନେଇ ଷ୍ଟାଣ୍ଡ ରେ ଲଗାଉ ଲଗାଉ ଗୋପାଳ କୁ ଦେଖିନେଇଛି। ପାଖକୁ ଯାଇ ସୁଖ ଦୁଃଖ ହେଇଛି । ମଜୁରି କି ହୋଟେଲ ରେ କାମ କରିବାଠୁ ରିକ୍ସା ଚଳେଇବା ର ପରାମର୍ଶ ଦେଇଛି।। ଗୋପାଳ ର ସହମତି କ୍ରମେ ହରିଆ ରିକ୍ସା ଚଳେଇବା ଶିଖେଇ ଦୈନିକ ଭଡା ସୂତ୍ରରେ ପରିଡା ମାଲିକ ଠୁ ରିକ୍ସା ଯୋଗେଇ ଦେଇଛି ।। ଶ୍ରମ ତ ଗୋପାଳ ର ପିଲାଦିନର ସାଥି, ତା ଭରସେ ନିତି ଦେଢ୍ ଦି ଶହ ଟଂକା ଆୟ କରି ପ୍ରିତୀ ହାତରେ ଧରେଇଦିଏ।। ପ୍ରୀତି ଚାଲାକ୍, ଭବିଷ୍ୟତ ପାଇଁ ସଂଚିବାର ଯୋଜନା କରେ, ପାଠ ପଢିଛି, ଭଲ ଦେଖାଯାଉଛି।। ଟିକିଏ ଚେଷ୍ଟାରେ ଗୋଲବଜାର ର ଏକ ଫେନ୍ସି ଦୋକାନ ରେ କାମ ପାଇଯାଏ।। ମାସିକ ୨୫00 ଟଙ୍କା।। ଛୋଟ ପରିବାର, ପାରସ୍ପରିକ ବୁଝାମଣା ଉତ୍ତମ ବୋଲି ଖୁସିରେ ଦିନ କାଟନ୍ତି।।
ରାତିଟା ଗୋଟିଏ ଛାତ ତଳେ ରହି ସାରା ଦିନ ବାହାରେ।। ଗୋପାଳ ରିକ୍ସା ସହ ରିକ୍ସା ପାଲଟିଛି, ହ୍ୟାଣ୍ଡେଲ, ପାଡେଲ, ଚକ ସହ ଏମିତି ଭାବ ଯୋଡିଛି ଯେ ନିଜ ପରିଚୟ ବି ହଜେଇଦେଇଛି। ଲୋକେ ଏ ରିକ୍ସା, ଓ ରିକ୍ସା, ଆ ରିକ୍ସା ଆଦି ନାମଦେଇଛନ୍ତି।। ସେଇ ନାଆଁ ଶୁଣି ଶୁଣି ନିଜ ନାଆଁ ଭୁଲି ଯାଇଛି, ନିଜ ଅସଲ ନାଁ ରେ ଡାକିବା ଲୋକ ବି କେହି ନାହାନ୍ତି ଏଣୁ ରିକ୍ସା ନାଁ ରେ ବେଶ୍ ଖୁସି।। ଶିକ୍ଷିତ ସମାଜ ଜୀବନ୍ତ ମଣିଷ କୁ ବେଜାନ୍ ରିକ୍ସା ର ପରିଚୟ ଦେଇଛି, ସେଥିରେ ବା ତା’ର ଦୋଷ କେଉଁଠି ।।
ଭଲ ଆୟରେ ଘର ସଜେଇଛନ୍ତି ପ୍ରୀତି, ନିଜ ପାଇଁ ଗହଣା ବି କିଣିଛନ୍ତି।। ଭବିଷ୍ୟତ ର ସୁରକ୍ଷା ପାଇଁ ଯୋଜନା କରନ୍ତି। ପେଟ କାଟି ସଞ୍ଚନ୍ତି।, ସେଦିନ ଘର ମାଲିକଙ୍କ ପରାମର୍ଶ ଆଉ ଏଜେଣ୍ଟ ର ଚିକିନା କଥାରେ ପଡି ଫାଇନାନ୍ସ ରେ ଦୈନିକ ୧୦୦ଟଙ୍କା ର ସଞ୍ଚୟ ଖାତା ଖୋଲନ୍ତି,। ମନରେ ଅନେକ ଆଶା,ସଞ୍ଚୟ ଟଙ୍କା ମୋଟାରେ ପାଇଲେ କିଛି କରିବ, ବାପା ମାଆ ଙ୍କୁ ଖୁସିକଲା ଭଲି ଘର କରିବ, ନିଜସ୍ୱ ବେପାର କରିବ,,,, ଏମିତି ଅନେକ କିଛି ।। ଦଶ ବର୍ଷ ଜମା କରିପାରିଲେ ଭଲ ପଇସା ପାଇବ, ପିଲାପିଲି ଙ୍କ କାମରେ ଆସିବ।। କାନ୍ଧରେ ତ ସୁରକ୍ଷା ର ହାତ ଅଛି, ଉଷତ୍ ମନେ ସବୁ ଦିନ ସଞ୍ଚୟ କରନ୍ତି ପ୍ରୀତି ।।
ନିୟତି ର ଚକ ତଳେ ପେଶି ହୋଇ ମଣିଷ କେତେବେଳେ ଲୁହ ଝରାଏ ତ କେତେବେଳେ ପୁଳାଏ ହସରେ ଆତ୍ମ ବିଭୋର ହୁଏ।। ସତରେ, ମଣିଷ ର ଯୋଜନା, ଇଚ୍ଛା ଫଳପ୍ରଦ ପାଇଁ ଈଶ୍ୱର ଙ୍କ ସମ୍ମତ୍ତି ଏକାନ୍ତ ଜରୁରୀ।। ଯାହା ପ୍ରୀତି ର ଜୀବନ ରୁ ସ୍ପଷ୍ଟ ।। ସୁଖର ରାତି ପାହିବାକୁ ବେଳ ଲାଗେନି ……..ଦୁଃଖ ର ରାତି ସହଜେ କଟେନି!!
ହସ ଖୁସି ର ସଂସାର ରେ ତିକ୍ତତା କୁନିଆ ହୋଇ ଆସିଛି।। ଛୋଟ ପରିବାର ଏବେ ବଡ ହୋଇଛି, ଝିଅ ଦୁଇଟି ଚନ୍ଦ୍ରକଳା ପରି ବଢି ଚାଲିଛନ୍ତି। ମଦ କୁ ହାତ ଦେଉନଥିବା ଗୋପାଳ ଏବେ ମଝିରେ ମଝିରେ ଗୋଡହାତ ଦରଦ ର ବାହାନା ନେଇ ପିଇ କି ଆସନ୍ତି।।
ପ୍ରୀତି କିଛି କହିଲେ ଯୁକ୍ତିତର୍କ, ଗାଳିଗୁଲଜ, ମାଡପିଟ ଆରମ୍ଭ।।
ପ୍ରେମ ର ନିଶାରେ ନେଇଥିବା ପଦକ୍ଷେପ ଯୋଗୁଁ ଆଜି ଆତ୍ମୀୟ ଙ୍କ ଠୁ ବହୁ ଦୂରରେ, ଅଭାବ ଅନଟନ କିଛି ଜାଣିନଥିବା ପ୍ରୀତି ଆଜି ନିତି ଯୋଗାଡରେ ବ୍ୟସ୍ତ ।। ନିରୋଳା ମୂହୁର୍ତ୍ତ ରେ ପ୍ରୀତି ଖୁବ୍ କାନ୍ଦେ ତକିଆ କୁ ସାଥିକରି ଲୁହ ଗଡାଏ।।
ବୁଢିଆଣୀ ଜାଲ ପରି ସୁରାପାନ ଅଭ୍ୟାସ ଟା ଗୋପାଳ କୁ ଜାବୁଡି ପକାଇଛି।। ସବୁ ଆୟ ମଦରେ ଉଡାଇଛି। ବିଚାରୀ ପ୍ରୀତି ଘରଚଳାଇବ କି ଝିଅ ଦୁଇଙ୍କୁ ମଣିଷ କରିବ।। ଶାନ୍ତି ଟା ଉଭେଇଯାଇ ଅଶାନ୍ତ, ସମସ୍ୟା ର କଳାବାଦଲ ମୁଣ୍ଡ ଉପରେ ଛାଇଯାଇଛି।।

ସେଦିନ ପ୍ରଚଣ୍ଡ ତାତିରେ ଗୋପାଳ ଦେହ ଥରୁଛି, ବଡମେଡିକାଲ ରେ ଦେଖେଇଛି।। ସବୁ ଯାଞ୍ଚ କଲାପରେ ଜାଣିଛି, ମଦ ଟା ବୃକକ କୁ ଖାଇ ଯକୃତ କୁ ଗିଳିଛି , ପ୍ରୀତି କୁ ପାଖକୁ ଡାକି ମହାନ୍ତି ବାବୁ କହିଛନ୍ତି ଲୋକଟା କିଛି ଦିନର,,,,ଅତିଥି !!
ପ୍ରୀତିର ପାଦତଳୁ ମାଟି ଖସିଯାଇଛି, ଆକାଶ ଟା ଛିଣ୍ଡିପଡିଛି। କ’ଣ କରିବ, କିଏ ସହଯୋଗ କରିବ, ବାପ ଘର କୁ କେମିତି ଯିବ ! ବାପା ଙ୍କୁ ଫୋନ୍ କରିଛି, ବାପା ଙ୍କ କଟୁକଥା ରୁ ବୁଝିଯାଇଛି ରାଗ ଟା ଯାଇନି।।
ରାଗ ବା କେମିତି ଯିବ, କଞ୍ଚା ମାଟି କୁ ମଣିଷ କରିଛନ୍ତି, ଅଙ୍ଗୁଳି ଧରି ଦୁନିଆ ଦେଖେଇଛନ୍ତି ।। ଟିକିଏ ଦୁଃଖରେ ରାତି କୁ ଦିନ କରିଛନ୍ତି, ସଭ୍ୟ ସମାଜେ ଭଲ ମଣିଷ ଟେ ହୋଇ ନା କରିବ ବୋଲି ଆଶାକରିଥିବା ବାପ ର ସପନ କୁ କୋଡିଏ ବରଷ ର ମଧୁର ସଂପର୍କେ ଦି ମାସ ର ପ୍ରେମ ନିଶା ପୂର୍ଣ୍ଣଛେଦ ପକାଇଛି।। ସମାଜେ ମୁଣ୍ଡ ନୁଆଁଇ ଯୌବନ ର ଉନ୍ମାଦେ…………. ଆକାଶେ ଉଡିଛି ।।
ପର ମିଳିଗଲା ବୋଲି ନିଜ କୁ ପ’ର କରିଦେବା କେଉଁ ଶିକ୍ଷା???

ପ୍ରୀତି ଖୁବ୍ ଭାବିଛି, ରାତିସାରା କାନ୍ଦିଛି ।। ଭଲ କରିବା ପାଇଁ ଚେଷ୍ଟା ବି କରିଛି।
ଯାହାକିଛି ସଂଚିଥିଲା ପ୍ରୀତି ସବୁ ସାରିଦେଇଛି, ଭଲହେବ ସଂସାର ପୁଣି ହସିଉଠିବ ଏଇ ଆଶରେ।। ଶେଷରେ ଆ’ର ପାରିକୁ ଚାଲିଗଲେ ଗୋପାଳ, ଜଞ୍ଜାଳ ଆଉ ଯାତନା ଭିତରେ ଛାଡିଦେଇଗଲେ ବଢିଲା ଝିଅ ଆଉ ପ୍ରୀତି କୁ,,, । ସାତ ଜନମର ସାଥୀ ହେବାପାଇଁ କଥାଦେଇ ଅଧା ବାଟରେ,,,,,,,, ।। ଝିଅ ଦୁଇଟି ପାଗଳୀନି ହୋଇ ରଡିଛାଡୁଥାନ୍ତି, କିଏ ବୁଝାଇବ, ଶାନ୍ତ୍ୱନା କିଏ ଦେବ।।
ଶେଷରେ…..

ଝିଅ ଙ୍କ ମୁଖ ଦେଖି ସମ୍ଭାଳିନିଅନ୍ତି ପ୍ରୀତି, ମନେ ଆଶ ବାନ୍ଧିଛନ୍ତି, ଦଶ ବର୍ଷ ହେବ ଦୈନିକ ଯେଉଁ ଶହେ ଟଙ୍କା ଜମା କରିଆସିଛନ୍ତି, ପରିପକ୍ୱ ସମୟ ପାଖେଇ ଆସିଲାଣି।। ଟଙ୍କା ମିଲିଲେ କିଛି ଗୋଟେ କରିବ, ,,,,।। ଦୁଃଖ ର ବାଦଲ ଅପସରି ଯିବ ।।

ସେଦିନ ଝିଅ ଦୁଇଟା କୁ ସ୍କୁଲ୍ ଛାଡି କାମରେ ବାହାରିବାକୁ ସଜ ହେଉଛନ୍ତି।। ଘର ମାଲିକ ଙ୍କ ପତ୍ନୀ ଙ୍କ ପାଟି,,,,,,,।।

ସକାଳୁ ସକାଳୁ ଖବର ପାଇଛି, ଚିଟଫଣ୍ଡ କମ୍ପାନୀ ଟଙ୍କା ନେଇ ଫେରାର,,।। ଚିଟଫଣ୍ଡ ତାହା ପୁଣି କ’ଣ??
ମାଲିକ ବୁଝାଉଛନ୍ତି ଯେଉଁ ଫାଇନାସ୍ କମ୍ପାନୀ ରେ ଟଙ୍କା ସଞ୍ଚିଥିଲ ସେଇ କମ୍ପାନୀ ଫେରାର୍,, ପଡିଶା ଲୋକ କାନ୍ଦରେ ପ୍ରୀତି ର ଆଖିଫିଟି କପାଳ ଫାଟିଛି।। ଭରସା କରି ଯେଉଁ ହାତ ଧରିଥିଲି ସେଇହାତ ଛାଡି ଚାଲିଗଲା, ଯେଉଁ ସଞ୍ଚିତ ଧନ ରେ ମୁଣ୍ଡ ଟେକି ଦୁଃଖ ଭୁଲିବା ର ଆଶ କରିଥିଲେ , ସବୁ ଆଶ ଧୂଳିସାତ୍।। ସେଦିନ କମ୍ପାନୀ ଥିଲା, ବଡବଡିଆ ଙ୍କ ଗହଣେ ଉଠୁଥିଲା ବସୁଥିଲା। ଆଜି ଠକ, ଆଜି ଏତେ ଲୋକଙ୍କ ବିଶ୍ୱାସ, ସ୍ୱପ୍ନ ସହ ଖେଳିବାର ଧୃଷ୍ଟତା ଯେଉଁ ଫାଇନାସ୍ କରିଛି ସେ ଫାଇନାସ୍ କମ୍ପାନୀ କୁ ଅନୁମତି କିଏ ଦେଲା।।
ଟଙ୍କା କେମିତି ପାଇବ, କାହାକୁ ଗୁହାରି କରିବ ଏମିତି ଅନେକ ଚିନ୍ତା।। ଇ ଅଫିସ ସେ ଅଫିସ୍ ଘୂରିଛି, ମେଡିଆ ବି ଉଛାଲିଛି।। କିଛି ଫାଇଦା ପାଇନି ପ୍ରୀତି ବଂର ମାସକ ର ଦରମା ହରେଇଛି।।
ସମସ୍ୟା ଆଉ ଅଭାବ ର ଯାତନା ଏମିତି ବଢିଯାଇଛି ଯେ ପ୍ରୀତି ଆତ୍ମ ହତ୍ୟା ପାଇଁ ନିଷ୍ପତ୍ତି ନେଇଛି।। ଦୁଇଝିଅ ଙ୍କ ସହିତ ମିଶି ଳୁଚିପଲାଇବା ର ଯୋଜନା କରିଛି।। ଜୀବନ ଯୁଦ୍ଧ ରେ ହାରମାନି ଦୁଇଝିଅ ଙ୍କ ସହିତ ଚିରନିଦ୍ରା ରେ ଶୋଇଯିବା ର ଯୋଜନା କରିଛି।। ଚେଷ୍ଟା ବି କରିଛି ହେଲେ ସଫଳ ହୋଇନି ମାଲିକ ଆଖିରେ ଧରାପଡିଛି।। ମାଲିକ ଶୁଣେଇଛି ନିଜ ପାଇଁ ନହେଲା ନାହିଁ ନିଜ ଦୁଇ ଝିଅଙ୍କ ପାଇଁ ବଞ୍ଚ, କୁନି ନିଷ୍ପାପ ମଣିଷ ଙ୍କ ହତ୍ୟାରେ କେଉଁ ସୁଖ ପାଇବୁ, ଘରଭଡା ମାଗୁନି କାମ କରି ଏମାନଙ୍କୁ ମଣିଷ କର ପ୍ରୀତି।। ହଁ ଶୁଣ ପ୍ରୀତି, ଚିଟଫଣ୍ଡ କମ୍ପାନୀ ଠାରୁ ଟଙ୍କା ଫେରସ୍ତ ପାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।। ଟଙ୍କା ପାଇବ, ସୁଖ ଫେରିବ।।
ସବୁ କାଗଜ ପତ୍ର ଦାଖଲ କରିବାକୁ କହିଛନ୍ତି, ଦେଖିବ ଟଙ୍କା ସଅଳ ପାଇଯିବ।।

ସରକାର ଯଦି ଟଙ୍କା ଫେରାଇବା ର ବ୍ୟବସ୍ଥା କରିବେ ତେବେ ନିଶ୍ଚୟ ମିଳିବ । ଆଶା ବଢିଛି, ସରକାର ଉପରେ ବିଶ୍ୱାସ ରଖି ବଞ୍ଚିଛି,।।
ପ୍ରଥମେ ପ୍ରଥମେ ବିରୋଧୀ ବି ଗର୍ଜୁଥିଲେ, ମେଡିଆ ବି ଉଖାରୁଥିଲେ,ସରକାର ବି ଅଣ୍ଟାଭିଡିଥିଲେ ।। ଆଜି ସବୁ ଶାନ୍ତ, ସତେ ଯେମିତି ପ୍ରୀତି ର ଦୁଃଖ କାହାରିକୁ ଦେଖାଯାଉ ନାହିଁ ।

ପାଇବାର ଆଶ ଆଉ ଝିଅ ଙ୍କ ଭବିଷ୍ୟତ ଗଢିବାର ପ୍ରତିକ୍ଷା ରେ ପ୍ରୀତି।।
କେବେ ଚିଟଫଣ୍ଡ ଟା ଠିକ୍ ଫଣ୍ଡ ହୋଇ ଜନ୍ମିବ,??
ଅନେକ ଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବ?
ପ୍ରୀତି -ଗାଇଛି।
କାହାକୁ ବା ବିଶ୍ୱାସ କରିବି
କାହାକୁ ଭାବିବି ନିଜର
ଲୋତକ ର ଧାରେ ଆଶ୍ରୟ କିଏ
ଲୁହ ସିନା ଏକା ନିଜର ।।

ତରଙ୍ଗ ଚଣ୍ଡି
ଲିମସେର ବୃନ୍ଦାବାହାଲ
ସାହିତ୍ୟ ସଂସଦ ଧର୍ମଗଡ , କଳାହାଣ୍ଡି

ଇ-ମେଲ : chandiprasad881@gmail.com

 

Copyright © Sahitya Jibana | Newsphere by AF themes.