Sahitya Jibana

Portal on odia literature

ପ୍ରେମ ତୁମପାଇଁ – ସୁରେଶ ଚନ୍ଦ୍ର ମହାନ୍ତ

1 min read

ଓଠରେ ଯେତେବେଳେ
ଓଠ ମିଶାଇ ଶିଖୁ ଥିଲ
ତମେ କହୁ ଥିଲ ମୋ ପାଇଁ
ଗଢ଼ିବ କବିତା ମହଲ
କିନ୍ତୁ
ଦେଖିଲି ତମକୁ ରଜରେ
ଗୋପପୁରେ
ଦ୍ୱାରିକାରେ
ଦୋଳି ଉଡ଼ୁ ଥିଲା ପବନ ବେଗେ
ତମେ ଥିଲ ଅନ୍ୟ ଏକ ପୁରୁଷ ସଙ୍ଗେ
ବାଟର ଡେଙ୍ଗା ଖଜିର
ଯେତେ ଦୂରେ ଥିଲେ ଦେଵି ନଜର
ସଙ୍ଗାତେ ଦେଵି ନଜର
ବୋଲୁ ଥିଲ ତମେ ନା ?
କାହିଁକି ଭୁଲି ଗଲ ?
ତେବେ
ଭଲ ପାଇବା ମାନେ କଣ ?
ତମେ କଲ ବୋଲି ପ୍ରତାରଣା
କବିତା ମହଲ
ଅଧା ଗଢ଼ା
ଏବେ ଯଦି ଦିଅନ୍ତ ଦେଖା
ଦୋଳି ଗୀତେ ପ୍ରକାଶନ୍ତି
ମୋ ଅବ୍ୟକ୍ତ ଯତ୍ରଣ! !

ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, ପାଟଣା, କେନ୍ଦୁଝର