Sahitya Jibana

Portal on odia literature

ଭଗବାନଙ୍କୁ ଶେଷ ଚିଠି – ଅନ୍ତର୍ଯ୍ୟାମୀ ସାହୁ

1 min read

ମାନନୀୟ ହେ ମହାଭାଗ, ମୋର ପରମ ଆରାଧ୍ଯ ଶ୍ରୀଶ୍ରୀ ରାଧାକାନ୍ତ, ପରମପୂଜ୍ୟ , ହୃଦୟର ଠାକୁର, ମୋର ଜୀବନ- ଧନ, ଜନ୍ମ- ମରଣର ଗତିମୁକ୍ତିଦାତା, ହେ ପ୍ରାଣେଶ୍ଵର ,ହେଲୀଳା ବିଗ୍ରହ ପ୍ରେମ ପୁରୁଷୋତ୍ତମ ବାଙ୍କ _ବିହାରୀ ବ୍ରଜେନ୍ଦ୍ରନନ୍ଦନ ରାଧା ପ୍ରାଣବଲ୍ଲଭ’ ,ସାରା ବିଶ୍ଵ ବ୍ରହ୍ମାଣ୍ଡର ଅଧିପତି ଦେବ ।ପ୍ରଥମରେ ଏଇ ଅଧମ ଅକିଞ୍ଚନର ଅନନ୍ତ କୋଟି ଭୂମିଷ୍ଠ ଦଣ୍ଡବତ  ପ୍ରଣାମ ସାଦରେ ଗ୍ରହଣ କରିବେ।

ହେ ମହାଭାଗ,ଜୀବନ ଯୁଦ୍ଧରେ ହାରିଯାଇ  ଛତ୍ର_ ଭଙ୍ଗ   ଦେଇ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିବା ସୈନିକଟିଏ ମୁଁ। ହାରି ଗଲି ପ୍ରଭୁ! ଆଉ ସହ୍ୟ କରି ହେଉନାହିଁ ଯନ୍ତ୍ରଣା, Iଏଇଦରପୋଡା ଜୀବନରେ ବଞ୍ଚି ଅବା କି ଲାଭ।

ଯିଏ ଯୁଦ୍ଧରେ ହାରି ପଳାୟନ କରେ ସେ ତାର ଜୀବନରେ ବଞ୍ଚିବାର କୌଣସି ଅଧିକାର ନାହିଁ। ଶାସ୍ତ୍ରରେ ଅଛି ପାରିବ ଯଦି ଶସ୍ତ୍ର ଉଠାଇ ଯୁଦ୍ଧ କରିବ। ଜୀବନର ଶେଷ ରକ୍ତବିନ୍ଦୁଥିବା ଯାଏ । ଯଦି ନ ପାର ତାହେଲେ ଶତ୍ରୁର ଚରଣରେ ଶରଣ ପଶିବ ।

ଯୁଦ୍ଧ କରୁକରୁ ଯଦି ଜୀବନ ଚାଲିଯାଏ ତାହେଲେ ବୀର ଗତିକୁ ପ୍ରାପ୍ତ ହୋଇଥାଏ । ଏହି କଥା ଜାଣି ମଧ୍ୟ ମୁଁ ଯୁଦ୍ଧକ୍ଷେତ୍ରରୁ ଛତ୍ରଭଙ୍ଗ କରି ଚାଲି ଆସିଛି, ମୋର ଜୀବନ ବଞ୍ଚାଇବା ପାଇଁ।

ମହାଭାରତ ଯୁଦ୍ଧରେ ଚକ୍ରବ୍ୟୁହ ଭିତରେ ଯେତେ_ ବେଳେ  ନିରସ୍ତ୍ର ଅଭିମନ୍ୟୁକୁ ସପ୍ତରଥି ବେଢ଼ିଥିଲେ ସେତେବେଲେ ଅଭିମନ୍ୟୁ ବିଚଳିତ ହୋଇନଥିଲା। ଜୀବନର ଶେଷ ରକ୍ତବିନ୍ଦୁଥିବା ପର୍ଯ୍ୟନ୍ତ ସେ ଜଣେ ବୀର ସାତ ଜଣଙ୍କର ସାମ୍ନା କରି ବୀର ଗତିକୁ ପ୍ରାପ୍ତି ହୋଇଗଲେ।

ଅଭିମନ୍ୟୁ ଥିଲେ ପରମ ପ୍ରତାପୀବୀର । ସେ ଜନନୀ ଗର୍ଭରୁ ଭଗବଦଦର୍ଶନ କରିଥିଲେ। ଯେତେ ରାଜବିଦ୍ୟା ଅସ୍ତ୍ର,ଶସ୍ତ୍ର ବିଦ୍ୟା ସବୁ ମାତା ଗର୍ଭରେ ହିଁ ଶିକ୍ଷାଲାଭ କରିଥିଲେ।

ମୁଁତଛାର କିଙ୍କର ବିବେକ ଶୁନ୍ୟ ବିଷୟି ମନୁଷ୍ୟ ମାତ୍ର। ମୋର କାଇଁ ସେତେ ଶକ୍ତି, କାହିଁ ସେତେ ସାମର୍ଥ୍ୟଯେ,ମୁଁ ତାଙ୍କ ସମକକ୍ଷ ହେବି। ଏହା ଭାବିବା କିମ୍ବା ଉଦାହରଣ ଦେବା ମୋ ପକ୍ଷରେ ଧୃଷ୍ଟତା ମାତ୍ର।

ହେ ପ୍ରାଣେଶ, ବିଷୟ। ରସରେ ଘାଣ୍ଟି ହୋଇ ଆଜି ଶେଷରେ ମୋର ସ୍ଥଳ କୁଳ ହରାଇ ବସିଛି । ଜାଣି ପାରୁଛି ଏହି ରାସ୍ତ।ମୋ ପାଇଁ ବିପଦ ହେବ, କଣ୍ଟ_ କିତ ହେବ।

ତଥାପି ମୁଁ ସେହି ରାସ୍ତାରେ ଚାଲୁଛି।

ପାଦ ପାଦରେ କଣ୍ଟା ଫୁଟିଯାଉଛି,ପାଦରୁ ଝରି ପଡୁଛି ରକ୍ତର ଧାର, I

ତଥାପି ମୁଁ ଆଦରି ନେଉଛି ସେହି ରାସ୍ତାକୁ।

ସେହି ରାସ୍ତାରେ ଚାଲୁ ଚାଲୁ କେତେଥର ଝୁଣ୍ଟୁଛି, କେତେଥର ଉଠୁଛି ଆଉ ପଡୁଛି। ତାର ହିସାବ ରଖିନାହିଁ।

..ଜୀବନର ମିଶାଣ _ଫେଡାଣର ଅଙ୍କ କଷୁ -କଷୁ କେତେବେଳେ ଶୂନ୍ୟ ରହିଯାଏ ତ ବେଳେ ବେଳେ ହିସାବ ଭୁଲ ହୋଇଯାଏ । ହିସାବ ନିକାଶରେ ଜୀବନର ଫର୍ଦ ସରିଯାଏ । କେବଳ ଫର୍ଦ ପରେ ଫର୍ଦ।

ହେ ପରମ ପୁରୁଷ ହେ ଯୋଗେଶ୍ଵର, ଜୀବନରେ ଯାହା ଦରକାର ତା ଠାରୁ ଅଧିକ ସୁଖ ଦେଇଛ । ସୁଖ-ସ୍ଵାଚ୍ଛନ୍ଦ୍ୟ, ଭୋଗ /ବିଳାସ – ବ୍ୟାସନରେ ଜୀବନକୁ ଉପଭୋଗ କରିବାକୁ ସୁଯୋଗ ଦେଇଛ। ଏହାଥିଲା ଆପଣଙ୍କ ଉଦାର ହୃଦୟର ପ୍ରମାଣ ।

ମାୟା ମରିଚିକା ପଛରେ ଦୌଡିଲେ ଯେମିତି ହତାସ ହେବାକୁ ପଡିଥାଏ। ଠିକ୍ ସେହିଭଳି ଆପଣ ଦେଇଥିବା ବସ୍ତୁପଛରେ ଦୌଡି ଦୌଡି ଶେଷରେ ହତାସ ହେଲି।ତାର ସଦୁପଯୋଗ କରିପାରିଲି ନାହିଁ। ସେହି ବସ୍ତୁର ପ୍ରେମରେ ଅନ୍ଧ ହୋଇ ଗଲି।

ଜୀବମାତ୍ରକେ ଲୋଭ ନିଶ୍ଚୟ, ଶରୀର ଅଛି ତ ବିକାର ନିଶ୍ଚୟ ରହିବ। ଚକ୍ଷୁ ଅଛି ଭଲ _ମନ୍ଦ ଅବଶ୍ୟ ଦେଖିବ । କର୍ଣ୍ଣ ଅଛି ଭଲ ମନ୍ଦ ଶୁଣିବ। ଜିହ୍ଵା ଅଛି ସତ୍ୟ ମିଥ୍ୟା ଅବଶ୍ୟ କହିବ ।

ଏହି କଥା ଅବଶ୍ୟ ସତ୍ୟ :

କିନ୍ତୁ;

ଭଗବାନ ଦେଇଛନ୍ତି ଦୁର୍ଲଭ ମାନବ ଜୀବ, ଏହି ଜୀବର କର୍ତ୍ତବ୍ୟ ହେଲା ଭଗବାନଙ୍କର ଗୁଣ -କୀର୍ତ୍ତନ କରିବା।

ଏହି ଶରୀରର କର୍ତ୍ତବ୍ଯ ହେଲା ପ୍ରଭୁଙ୍କର ସେବାରେ ନିୟୋଜିତ କରିଦେବା ।

ଏହି ଚକ୍ଷୁର କର୍ତବ୍ୟ ହେଲା ଭଗବାନଙ୍କର ଚରଣାର_ ବିନ୍ଦର ଦର୍ଶନ କରିବା।

ଦୃଶ୍ୟା ଦୃଶ୍ୟଜଗତର ଭଲ କର୍ମକୁ ଦେଖିବା। ଅନ୍ୟର ପ୍ରତି ଖରାପ ଦୃଷ୍ଟି ନଦେବା ।

ଜିହ୍ୱାର କର୍ତବ୍ୟ ହେଲା ସଦାସର୍ବଦା ମିଷ୍ଟଭାସିବା।ଭଗବାନଙ୍କର ନାମକୀର୍ତ୍ତନ କରିବା।ବିପଦ ସମୟରେ ଧୈର୍ଯ୍ୟହରା ନହୋଇ ସତ୍ୟ ବଚନ ଭାଷିବା।

କର୍ଣ୍ଣର କର୍ତବ୍ୟ ହେଲା ଶ୍ରୀହରିଙ୍କର ଗୁଣ କୀର୍ତ୍ତନ, ଶ୍ରୀହରିଙ୍କର ଲୀଳା ଶ୍ରବଣ କରିବା।

ହେଲେ ମୁଁ କଣ କରିବି ପ୍ରଭୁ!

ସବୁ ମାୟାରେ ପଡି ବାୟା ହୋଇଗଲି। ସଂସାରର ଲୋଭ ମୋହରେ ଭ୍ରମି ଆଜି ଶେଷରେ, ଆପଣଙ୍କ ଗୁଣ-କୀର୍ତ୍ତନକୁ ଭୁଲିଗଲି ।

ଭାବିନେଲି ମୋ ଜୀବନରେ ସ୍ତ୍ରୀ ସୁଖ ଦେବ।, ପୁତ୍ର- କନ୍ୟା ସୁଖ ଦେବେ । କିନ୍ତୁ ଏହା ଥିଲା ମୋ ପାଇଁ  ଭାବିବା ଜୀବନରେ ନିରର୍ଥକ ଶବ୍ଦ,।

ଏବେ ବୁଝୁଛି ଏହି ମାୟା ସଂସାରରେ କେହି କାହାର ନୁହନ୍ତି। ଯାହାକୁ ସୁଖ ଦେବ ବୋଲି ଭାବୁଛି ସେ କେବଳ ସ୍ୱାର୍ଥରେ ଅନ୍ଧ ।

ଏହି ଜଗତରେ ସମସ୍ତେ ନିଜ ନିଜ ସ୍ୱାର୍ଥରେ ପାଗଳ ।ସ୍ଵାର୍ଥ ଥିଲା ପର୍ଯ୍ୟନ୍ତ ସମସ୍ତେଭଲ ପାଇଥାନ୍ତି ।ସ୍ଵାର୍ଥ ହାସଲ ହେଲାପରେ କିଏବା କାହାକୁ ପଚାରେ ।

ଏଇତ ଦୁନିଆର ରିତି।

କ୍ଷଣଭଙ୍ଗୁର ଶରୀରରେ ଏତେ ଲୋଭ, ଏତେ ମୋହ କାହିଁକି?

ହେ ପ୍ରଭୁ, ହେ ଦୟାରେ ଠାକୁର, ହେ ଭକ୍ତ ଭାବଗ୍ରାହୀ, ହେ ଭକ୍ତବାଞ୍ଚା କଳ୍ପତରୁ । ଆପଣ ତ ସର୍ବଜ୍ଞ । ଆପଣଙ୍କୁ କିବା ଅଗୋଚର ।

ଆପଣ ନିଶ୍ଚୟ ମୋ ମନର ବେଦନା ବୁଝି ପାରିବେ

। ହେ ଜଗଦୀଶ୍ଵର ମୁଁ ଆଉ ଏହି ମାୟା, ମୋହରେ ତିଆରି ସଂସାରରେ ବେଶି ଦିନ ରହିବାକୁ ଚାହୁନି ପ୍ରଭୂ ! ଆପଣ ଯେତେ ଶୀଘ୍ର ପାରୁଛନ୍ତି ମୋର ଛୁଟି ମଞ୍ଜୁର କରିଦିଅନ୍ତୁ । ମୁଁ ଚିର ଦିନ ପାଇଁ ଏଇ ବିଷୟା ସଂସାରର କର୍ମପଥରୁ ଛୁଟି ନେବାପାଇଁ ଚହୁଛି।

ଏଣୁ ଆପଣଙ୍କ ଶ୍ରୀଚରଣତଳେ ଏତିକି ଗୁହାରୀ କରିଛି। ହେ ପ୍ରାଣେଶ୍ଵର , ହେ ଆନନ୍ଦ କନ୍ଦ, ହେଗୋକୂଳ ଚୂଡାମଣୀ , ହେ ରାଧା ପ୍ରାଣବଲ୍ଲଭ, ହେବାଙ୍କବିହାରୀ, ହେ ଆରାଧ୍ଯ ରାଧାକାନ୍ତ ଦେବ ।

ମୋ ପ୍ରତି ଏତିକି ଅନୁଗ୍ରହ କରି ମୋର ଛୁଟି ଦରଖାସ୍ତ ଗ୍ରହଣ ପୂର୍ବକ ‘I ମୋର ଛୁଟି ମଞ୍ଜୁର କଲେ ମୁଁ ଆପଣଙ୍କଠାରେ ଚିର କୃତଜ୍ଞ ହୁଅନ୍ତି।

ଏତିକି ମାଗୁଣି ହେବିଶ୍ଵ ଠାକୁର
ଚରଣ ତଳେ ତୁମ୍ଭର ,
ଦରଖାସ୍ତ ମୋର କରିବ ମଞ୍ଜୁରୀ
ପ୍ରଭୁ ରାଧାକାନ୍ତ ମୋର ।

ଅନୁଗ୍ରହ କରି କରିବ ମଞ୍ଜୁରୀ
ପାଇଥିବା ଦରଖାସ୍ତ,
ଭୁଲିଯିବନାହିଁ ଦାସାନୁ ଦାସକୁ
ତୁମ୍ଭ ପାଦତଳେ ଚିତ୍ତ ।

ଚିତ୍ତ-ମତ୍ତି ମୋର ତୁମ୍ଭ ଶ୍ରୀପୟରେ
ସଦା କାଳେ ରହି ଥାଉ ,
ତୁମ୍ଭେ ମୋର ସ୍କୃତି ତୁମ୍ଭେ ମୋ ବିସ୍ମୃତି
ଅ।ହେ ପ୍ରଭୁ ମହାବାହୁ ।

କରିବ କରୁଣା କରୁଣା ସାଗର
ଦୟାମୟ ଦୀନବନ୍ଧୁ ,
ସଂସାରରୁ ଛୁଟି ଦିଅ ହେ ଶ୍ରୀପତି
କରୁଣାର କୃପା ବିନ୍ଦୁ।

ଇତି ତବ ଆଜ୍ଞାଧୀନ ର ସେବକ
ଦାସାନୁ ଦାସ ଅଟଇ ,
ଭୂଲ ଥିଲେ କ୍ଷମା ଦେବ ହେ ଠାକୁର
ହେ ପ୍ରଭୁ ବ୍ରହ୍ମାଣ୍ଡ ସାଇଁ ।

 

ଅନ୍ତର୍ଯ୍ୟାମୀ ସାହୁ

ପଳମ  କଲାହାଣ୍ଡି