Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ମଧୁସ୍ମିତା ନାୟକ

1 min read

ଆସରେ ଆସ ଗାଇବା ମିଶି

ଦେଶର ଗୌରବ ଗାଥା ।

ଜାତୀୟ ଧ୍ଵଜା କୁ ସମ୍ମାନ ଦେଇ

ନଇଁବା ଆମରି ମଥା ।।

ସାଧାରଣତନ୍ତ୍ର ଦିବସ ଆଜି

ଆସିଛି ବରଷେ ପରେ ।

ବୀର ପୁରୁଷଙ୍କ କଥାକୁ ଭାବି

ମନ ପ୍ରଫୁଲ୍ଲ ମୁଁ କରେ ।।

ଜନ ଗଣ ମନ ଜାତୀୟ ସଙ୍ଗୀତ

ଗାଇ ଦେଇ ଶୁଣାଇବୁ ।

ମାଟି ମାଆ ପାଇଁ ଜିବନକୁ ଆମ

ଜଳାଞ୍ଜଳି ଦେଇଦେବୁ ।।

ଶପଥ ନେବା ପତାକା ଧରି

ରହିବା ସଭିଏଁ ଏକ ।

ଗାନ୍ଧୀ ଗୋପବନ୍ଧୁ ଶାସ୍ତ୍ରୀ ଙ୍କୁ ମାନି

ରଖିବା ତାଙ୍କରି ଟେକ ।।

ଯେତେ କହିଲେ ବି ସରିବ ନାହିଁ

ଦିନର ମହତ ଏତେ ।

ଭଲକାମ କରି ମଣିଷ ଟେ ହୋଇ

ରଖିବା ମହତ ସତେ ।।

 

ମଧୁସ୍ମିତା ନାୟକ

ମଣିଆ ଟାଙ୍ଗୀ କଟକ

[subscribe2]