Sahitya Jibana

Portal on odia literature

ସତ ମିଛର ଖେଳ – ଅନ୍ତର୍ଯ୍ୟାମୀ ସାହୁ

1 min read

ଗୋବିନ୍ଦ ମଉସା ବୟସ ୬୫ ବର୍ଷ ହେବ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ସ୍ତ୍ରୀ ପାଞ୍ଚବର୍ଷ ହେଲାଣି ପରପାରିକୁ ଚାଳିଗଲେଣି । ମଉସା ତାଙ୍କର ପୁଅ ଝିଅ ମାନଙ୍କୁ ବାହା ସାହା ମଧ୍ୟ କରାଇ ସାରିଲେଣି । ତାଙ୍କ ବଡ଼ ପୁଅ ଜଣେ ଜଣାଶୁଣା ବଡ ଡାକ୍ତର ଓ ସାନପୁଅ ଜଣକ ସାମାନ୍ୟ କିରାଣୀ ଟାଏ । ଏମାନେ ଦୁଇ ଭାଇ ଯାକ ସହରରେ ରହନ୍ତି । ହେଲେ କଣ ହେଲା ଗୋବିନ୍ଦମଉସା ତାଙ୍କର ଏକା ଯିଦି ଯେ ସେ ଗାଁ ମାଟି ଛାଡି ସହରକୁ ଯିବାପାଇଁ ସହରରେ ରହିବା ପାଇଁ ପୁରାନାରାଜ । କିନ୍ତୁ ପିଲାମାନେ ଚାହୁଁଛନ୍ତି ଯେ, ବାପା ଆମର ସହର କୁ ଆସନ୍ତୁ ସହରରେ ରହନ୍ତୁ । ଏମିତି କିଛି ବର୍ଷ ବିତିଗଲା ପରେ ତାଙ୍କର ବୃଦ୍ଧବସ୍ଥା ଚାଳିଆସିଛି । ସମୟ ସମୟରେ ଦେହ ଠିକ୍ ରହୁନାହିଁ, ଏହି ସମୟରେ ତାଙ୍କର ସେବା ଶୁଶ୍ରୁଷା କରିବାପାଇଁ ତାଙ୍କ ପାଖରେ ପୁଅ – ବୋହୂ କେହି ନାହାନ୍ତି।ଏହି ଅସମୟରେ ଗୋବିନ୍ଦ କରିବେ କଣ? ରହିବେ କେମିତି? ରୋଷେଇ ବାସ କରି ଖାଇବେ କଣ? କିଏ ପାଣି ଟିକେ ଦେବ।ଏଇ ଭାବନାରେ ରହି ରହି ସେ ଆହୁରି ଶରୀର ଅସୁସ୍ଥ ହୋଇପଡିଲେ । ତାଙ୍କ ପୁଅ ଦିଜଣ ଙ୍କୁ ଖବର କରି ଡକାଇଲେ | ଦି ପୁଅ ବୋହୁ ସମସ୍ତେ ଆସିଲେ ବାପାଙ୍କୁ ଦେଖିବା ପାଇଁ। ଦେଖିଲେ ବାପାଙ୍କର ଅବସ୍ଥା ଖରାପ । ବାପାଙ୍କୁ ଶାନ୍ତ୍ବନା ଦେଲେ। ବାପାଙ୍କୁ ସାଙ୍ଗରେ ନେବାପାଇଁ କହିଲେ । ଗୋବିନ୍ଦମଉସା ପୁଅ ବୋହୂ ସାଥିରେ ଯିବାପାଇଁ ବାହାରିପଡିଲେ । ଦୁଇ ପୁଅ ଭିତରେ ହଠାତ୍ ବଚସା ଆରମ୍ଭ ହେଲା ସାନ ପୁଅ କହୁଛି  ବାପା  ମୋ ସାଥିରେ ରହିବେ । ବଡ ପୁଅ କହୁଛି ମୋ ସାଥିରେ ରହିବେ। ଏମିତି ଛକାପଞ୍ଝା ଭିତରେ ନିଷ୍ପତ୍ତି ହେଲା ଯେ, ଦୁଇ ପୁଅ ପାଖରେ ମାସରେ ୧୫ ଦିନ ଲେଖାଏଁ ଭାଗ ହେଲା । ସାନ ପୁଅ କହିଲା ଠିକ ଅଛି ପ୍ରଥମେ ମୁଁ ବାପାଙ୍କୁ ମୋ ସାଥିରେ ନେଇଯାଉଛି । ସାନପୁଅ ସାଥିରେ ମଉସା ଚଳିଗଲେ । ମଉସା ଆରାମରେ ରହିଲେ ଖାଇବା ପିଇବା ସବୁଠିକ ଠାକ୍ ଚାଲିଲା ଔଷଧପତ୍ର ଖାଇ ପୁରା ସୁସ୍ଥ ଅନୁଭବ କଲେ । ଦିନ ରାତି ଆରାମ ସେକଟିଯାଏ ନାତି-ନାତୁଣୀଙ୍କ ସଙ୍ଗରେ ରହି କି। ଏମିତିକି ସାନ ପୁଅ ପାଖରେ ମଉସାଙ୍କର ୧୫ ଦିନ ସରିଗଲା ପରେ ବଡ଼ ପୁଅ ଆସିଲା ବାପାଙ୍କୁ ନେବାପାଇଁ, ଗୋବିନ୍ଦମଉସା ମଧ୍ୟ ବଡ଼ ପୁଅ ସାଥିରେ ପୁଅ ବୋହୁ ରହୁଥିବା ଘରକୁ ଗଲେ। ଯେତେବେଳେ ସେ ଘରକୁ ପାଦ ଦେଉଦେଉ ଶୁଣିବାକୁ ପାଇଲେ ଯେ, ବୋହୂ ତାଙ୍କର ଚିଡି ଚିଡା ହେଉଛନ୍ତି ଆଉ କହୁଛନ୍ତି ଯେ, ଦେଖିବି କେମିତି ତାଙ୍କ ବାପାଙ୍କୁ ଆଣି ଏ ଘରେ ରଖିବେ । ମୋ ବାପା ବୋଉ ଯଦି ଆସିଲେଏ ଘରେ କେବେ ଦୁଇ ଦିନ ରହି ନାହାନ୍ତି ଆଉ ତାଙ୍କ ବାପାଙ୍କୁ କେମିତି ଏଘରେ ରଖିବେ ଦେଖିବି। ସତରେ..ମଉସାକେତେ ଆନନ୍ଦ ଉଲ୍ଲାସର ସହିତ ବଡ଼ ପୁଅ ଘରକୁ ଆସୁଛନ୍ତି କିଛିଦିନ ଆନନ୍ଦରେ ପୁଅ – ବୋହୂ,ନାତି-ନାତୁଣୀ ସାଥିରେ କଟାଇବା ପାଇଁ, କିନ୍ତୁ ଭାଗ୍ୟ ବିପରିତ ।ଯାହା ହେଉ ମନକୁ ସେହି କଥାକୁ ନେଲେନି ମଉସା ନ ଶୁଣିଲା ଭଳି ଘର ଭିତରକୁ ପୁଅ ସାଥିରେ ଗଲେ । ଏମିତି ଯାଇଛି ଦୁଇ ଚାରିଦିନ ହଠାତ ମଉସାଙ୍କର ବଡ଼ ବୋହୁ କହିଲେ ଯେ, ତାଙ୍କର ସୁନାହାର ଚୋରୀ ହୋଇଯାଇଛି। ଆଉ ସେହି ହାର ମିଳୁନାହିଁ । ସେହି ହାରକୁ କେହି ନେଇ ନାହାନ୍ତି କେବଳ ତମେ ମୋ ସୁନାହାରକୁ ଚୋରି କରିଛ ବୋଲି ମଉସାଙ୍କୁ ବାରମ୍ବାର ଚୋର ନିନ୍ଦା କରୁଛି, ମଉସା ଯେତେ ଅନେକ ଅନୁନୟ ବିନୟ ହୋଇ କହିଲେ ବୋହୁ ମୁଁ ତମ ସୁନାହାର ଦେଖିନିକି ଜାଣିନି । ତାପରେ ତାଙ୍କ ସ୍ଵାମୀଙ୍କ ଆଗରେ କହୁଛନ୍ତି ଯେ, ଦେଖ ତମ ବାପା ମୋ ବେଡ଼ରୁମରୁ ଆଲମିରାରେ ରଖିଥିବା ସୁନାହାର ତମ ବାପା ଚୋରୀ କରିନେଇଛନ୍ତି । ବାବୁ ଡାକ୍ତର ସାହେବ ନିଜ ବାପାଙ୍କୁ ଚିହ୍ନି ନ ପାରି ସ୍ତ୍ରୀ କଥାରେ ରାଜି ହୋଇ ବାପାଙ୍କୁ ଚୋରି ନିନ୍ଦା କଲା । ବାଃ ବାଃରେ ମଣିଷ ଏଇତ ଦୁନିଆ. . . .

ଜନ୍ମ କଲା ବାପାଙ୍କୁ ଚିହ୍ନିନପାରି ସ୍ତ୍ରୀ ବୋଲରେ ପଡ଼ି ଆଜି ହତଜ୍ଞାନ ହୋଇଗଲା । ଏକଥା ଶୁଣି କରି ଗୋବିନ୍ଦମଉସାଙ୍କର ମୁଣ୍ଡ ଘୁରିଗଲା । କଥା ଶୁଣି ହତ ବାକ୍ ହୋଇଗଲେ,ପାଦତଳୁ ପୃଥିବୀଟା ଖସିଗଲା ଯେପରି । ବାରମ୍ଵାର ପୁଅ-ବୋହଙ୍କୁ କହିଲେ ମଧ୍ୟ ମୁଁ ଶେଷରେ ଭଗବାନଙ୍କର ଦ୍ୱାହି ଦେଇ କହୁଛି ଯେ, ମୁଁ ସୁନାହାର ଦେଖିନାହିଁକି ଜାଣି ନାହିଁ। ତୁଚ୍ଛାଟାରେ କାଇଁ ଏ ବୁଢ଼ାବୟସରେ ମୋ ମୁଣ୍ଡରେ କଳଙ୍କର କାଳିମା ବୋଲି ଦେଉଛ । ହାଏରେ ଭାଗ୍ୟ . . . .
ନିଜ ଜନ୍ମ କଲା ପୁଅ ଯଦି ଜନ୍ମଦାତାକୁ ନ ଚିହ୍ନିଲା ପରଝିଅଟାକୁ କାହିଁକି ବା ଦୋଷ ଦେବା।ସବୁ ସେଇ ଭାଗ୍ୟରେ ଲେଖାହୋଇଥିବା “ସତମିଛର ଖେଳ” ।
ମଉସା ନିଜକୁ ଧିକ୍କାର କରୁଛନ୍ତି ଅତୀତକୁ ମନେପକାଉଛନ୍ତି। ମୁଁ ଯେତେବେଳେ ମୋ ପୁଅକୁ ପାଠପଢ଼ାଇବା ପାଇଁ କେତେ ଦିନ ରାତି ଝାଳ ବୁହା ପରିଶ୍ରମ କରି ଆଜି ଜଣେ ପ୍ରତିଷ୍ଠିତ ଡାକ୍ତର କରିଛି ସତରେ, କଣ ଏଇ ଦିନ ଦେଖିବା ପାଇଁ। ପୁଅକୁ କହୁଛନ୍ତି ବାବୁରେ ମୁଁ ଆଉ ତୋ ଘରେ ରହିବି ନାହିଁ ମୁଁ ମୋ ବାଟରେ ଚାଲିଯାଉଛି ମୋର ସେଇ ମଫସଲ ଗାଁକୁ, କାହିଁକି ତୁ ଚୋର ବାପା ଟାକୁ ଘରେ ରଖିଥିବୁ କାଲେ ତୋ ସମ୍ମାନରେ କଳଙ୍କ ଲାଗିଯିବ। ନା ଡାକ୍ତର ସାହେବ ମୁଁ ତମଘରେ ଆଉ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିବି ନାହିଁ। ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି । ଆଉ ଗୋଟାଏ କଥା ମନେ ରଖିବେ ଡାକ୍ତରବାବୁ ଯଦି କେବେ ମୋ କଥା ମନେପଡ଼େ ତାହେଲେ, ଭାବି ନେବ ଯେ, ତମ ପାଇଁ ଏହି ଗୋବିନ୍ଦଟା ମରି ଯାଇଛି . . .
ଆଉ ଗୋଟିଏ ଅଳିଶେଷ କଥା ମନେ ରଖିବେ ଯେମିତି – “ନାରୀମାୟାଦେବଙ୍କୁ ଅଗୋଚର”
ନାରୀ ମାୟା ରୁ କେହି ବର୍ତ୍ତି ନାହାନ୍ତି। ଆଉ ଆଜି ତୁମେ ମଧ୍ୟବର୍ତ୍ତି ନାହଁ. . .
ହଉଆସୁଛି ବାବୁ ଭଗବାନ ତୁମଙ୍କୁ କୁଶଳରେ ରଖନ୍ତୁ ଏହା ମୋର ଜଗତର ନାଥ ଜଗନ୍ନାଥଙ୍କଠାରେ ଏତିକି ଅଳି । ଚାଳିଗଲେ ଗୋବିନ୍ଦ ମଉସା
କ୍ରମଶଃ…

ଅନ୍ତର୍ଯ୍ୟାମୀ ସାହୁ

ପଲମ , ନର୍ଲା, କଳାହାଣ୍ଡି

ଇ-ମେଲ୍: sahuantaryami12@gmail.com