Sahitya Jibana

Portal on odia literature

ତୃପ୍ତି – ସୁକାନ୍ତ ଖଣ୍ଡା

1 min read
seashore under white and blue sky during sunset

ଶିବାନନ୍ଦ ଜଣେ କୃଷକ ଥିଲା। ସେ ନିତି ନିଜ ବାଡି଼ରେ କାମ କରୁଥିଲା। ପାଣିପାଗ ଅନୁଯାୟୀ କାମ କରୁଥିଲା ତ ଭଲ ଲାଭ ପାଇ ଆନନ୍ଦ ଅନୁଭବ କରୁଥିଲା। ଚାଷକାମ ସବୁଥର ପରି ଏଥର ବି କରୁଛି ହେଲେ ଅଦିନ ଝଡିବର୍ଷା ଆସି ଫସଲ ସବୁକୁ ଉଜାଡି଼ ଦେଲା ତ ପୁଅ ହିତେଶ କହିଲା,”ବାପା ! ଆପଣ ଏ ଚାଷକାମ ନ କରି ଅନ୍ଯ କିଛି କରନ୍ତୁ ଯେଉଁଥିରେ ଅଳ୍ପ ପରିଶ୍ରମରେ ବେଶି ଲାଭ ହେବ।”

ଏ କଥା ଶୁଣୁଥିଲେ ବାପା ସେ କହିଲେ,”ହିତେଶ ! ଜଗତରେ ସବୁଲୋକ ସବୁ ପ୍ରକାର କାମ କରିବାକୁ ଅକ୍ଷମ। ମୋ’ର ଦ୍ବ।ରା ବି ଅନ୍ଯକାମ ହୋଇ ପାରିବ ନାହିଁ। ବାସ ! ଏତିକି କହି ପୁଣି ପରଦିନଠୁ ନିଜ କାମରେ ଲାଗି ପଡି଼ଲେ।

କିଛି ଦିନ ବିତିଗଲା। ଶିବାନନ୍ଦ ନିଜର ରକ୍ତ ଦେଇ ଧରିତ୍ରୀ ମାତାଙ୍କୁ ସନ୍ତୁଷ୍ଟ କଲେ ତ ପୁଣି ଛନଛନ ପରିବା ବାଡି଼ରେ ପୁଚି ଖେଳିଲା। ହିତେଶ ତ ଅଳସୁଆ ବାପାଙ୍କ ଇଛା ଓ ଆଶାକୁ ଅଣଦେଖା କରି ବୁଲିଲା। ଦିନେ ବାପାଙ୍କ ପାଖରୁ କିଛି ପାଇବାକୁ ଇଛା କରି ବାଡି଼ ଭିତରେ ପଶିଲା ତ ଦେଖିଲା ସବୁଜ ପନିପରିବା ଭରପୂର। ସେ ବାପାଙ୍କୁ ଏମିତି କେମିତି ହେଲା ବୋଲି ପ୍ରଶ୍ନ କଲା ତ ବାପା କହିଲେ,”ହିତେଶ ! ମନୁଷ୍ଯର କଠିନ ଶ୍ରମ କେବେ ବ୍ଯର୍ଥ ହୁଏ ନାହିଁ। କଠିନ ପରିଶ୍ରମ କରିବୁ ତ ଅବଶ୍ଯ ଦିନେ ଈଶ୍ବର ସନ୍ତୁଷ୍ଟ ହେବେ ଓ ହୃଦୟ କୋଣରେ ଆନନ୍ଦ ଭରିଦେବେ।”

ଏଥର ହିତେଶ ବୁଝିଲା। ସବୁକାମ ସଭିଙ୍କ ଦେଇ ହୁଏନି କିନ୍ତୁ ଯେଉଁକାମ ଯିଏ ଜାଣିଛି ତାକୁ ଦେହ,ମନ ଓ ପ୍ର।ଣକୁ ଲଗେଇ କରିଲେ ଅବଶ୍ଯ ଆତ୍ମ ତୃପ୍ତିଲାଭ କରିବ। ଶିବାନନ୍ଦ ନିଜର ପନିପରିବା ବିକ୍ରିକରି ବେଶ ଲାଭବାନ ହେଲା ତ ହୃଦୟରେ ତୃପ୍ତିର ଝଲକ।

ହିତେଶ କିନ୍ତୁ ଅନୁତାପ ଗ୍ଳାନିରେ ସଢି଼ ଯାଉଥିଲା।

 

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ 

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 

ଜି- କେନ୍ଦୁଝର ପି-୭୫୮୦୨୮