Sahitya Jibana

Portal on odia literature

ଅଳସୁଆ ଶ୍ମଶାନ ପରି – ସୁକାନ୍ତ ଖଣ୍ଡା

1 min read
seashore under white and blue sky during sunset

ଗଣେଶ୍ବର ଭାରି ଅଳସୁଆ। ଦିନ ଆସି ମୁଣ୍ଡ ଉପରେ ହେଲେ ବି ବିଛଣାରୁ ଉଠିବ ନାହିଁ। ବାପା ମାଆ ବହୁତ ବୁଝାନ୍ତି ଭଲ ବାଟକୁ ଆସିଲେ ଭବିଷ୍ଯତ ସୁଖମୟ ହେବ।ହେଲେ ଗଣେଶ୍ବରର ସେ ଆଡ଼କୁ ନଜର ହିଁ ରହେ ନାହିଁ। ଖାଇଲା ତ ଶୋଇବା ଚିନ୍ତା। 

      ସେ ଦିନେ ସଞ୍ଜବେଳେ ଜଣେ ସାଧୁ ମହାତ୍ମା ଘରକୁ ଆସିଲେ। ଘରେ ଗଣେଶ୍ବର ଶୋଇଥିବାର ଦେଖି ପାଖକୁ ଯାଇ ଉଠାଇ କହିଲେ,”ବାପା ! ସଞ୍ଜ ହେବାକୁ ଆଉ ଅଳ୍ପ ସମୟ ବାକି ଅଛି ଏପରି ଅବସ୍ଥାରେ ଶୋଇ ରହିବୁ ତ ଦେହ ମନ ଦୁର୍ବଳ ତଥା ପଙ୍ଗୁ ହେବାକୁ ବେଶି ସମୟ ଲାଗିବ ନାହିଁ। ଆଉ ଗୋଟିଏ କଥା କାନଖୋଲି ଶୁଣ ଯେଉଁମାନେ ଅଳସୁଆ ସେମାନେ ଶ୍ମଶାନର ଶବ ପରି। ଶ୍ମଶାନକୁ କେହି ଯାଆନ୍ତି ନାହିଁ କି ଗଲେ ବି ଭୟ ପାଇ ଫେରି ଆସନ୍ତି। ଅସସୁଆଙ୍କୁ ଶ୍ମଶାନର ଶବ ସହ ତୁଳନା। ଏ କଥା ମୁଁ କହୁନାହିଁ ପୁରାଣ ପୋଥିରେ ଲେଖାଅଛି।”

          ଟିକିଏ ରହି ପୁଣି କହିଲେ,”ଗଣେଶ୍ବର ! ମରିଗଲା ଲୋକ ହିଁ ଶବ ହୋଇଥାଏ। ତୁମେ ଶବ ପରି ଶୋଇ ରହିବ ତ ତୁମକୁ ବାପାମାଆ କାହିଁକି? ସାରା ସଂସାର ଶ୍ମଶାନର ଶବ କହିବାକୁ ଭୁଲିବ ନାହିଁ। ତୁମେ କୁହ ଶବ ନାମଟି ତୁମ ମନ ଓ ହୃଦୟକୁ କେମିତି ଲାଗୁଛି?” ଏଥର ଗଣେଶ୍ବର ନିଜକୁ ହେଜିଲା। ସାଧୁ ମହାତ୍ମାଙ୍କ ଆଗରେ ଶପଥ ନେଇ ଅଳସପଣକୁ ତେଜିଲା। ସେ ଆଜି ଭଲ ପୁଅ ହୋଇ ଯାଇଛି। ନିଜ କାମ ନିଜେ କରି ବାପା ଓ ମାଆଙ୍କୁ ସାହାଯ୍ଯ ସହଯୋଗ କରୁଛି।

        ବାପା ମାଆ ଗଣେଶ୍ବରର ଚାଲି ଚଳନ ଓ କର୍ମ ଦେଖି ଆନନ୍ଦିତ। ସେମାନେ ସେହି ସାଧୁ ମହାତ୍ମାଙ୍କୁ ଶତକୋଟି ପ୍ରଣାମ ଓ ଧନ୍ଯବାଦ ଦେଲେ। ସାଧୁ ମହାତ୍ମା ଗଣେଶ୍ବରକୁ କଲ୍ଯ।ଣ କରି ଚାଲିଗଲେ।

 

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ 

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 

ଜି- କେନ୍ଦୁଝର ପି-୭୫୮୦୨୮

Copyright © Sahitya Jibana | Newsphere by AF themes.