Sahitya Jibana

Portal on odia literature

ଫଗୁ ରଙ୍ଗରେ ଫଗୁଣ ଫେରିଛି – ସବିତା ତ୍ରିପାଠୀ

1 min read

ଫଗୁଣ ଆସିଛି ନେଇ

ରଙ୍ଗ ବେରଙ୍ଗ ର ଫଗୁ ରଙ୍ଗ

ନାଚୁଛି ଏ ମନ ନେଇ ଖାଲି

ପ୍ରୀତି ଛନ୍ଦ……

 

ମଳୟ ପବନ ବହେ

ପ୍ରତି ସ୍ପନ୍ଦନେ, ଆମ୍ବ ବଉଳର ବାସ୍ନା

ସାଥେ ମନ ନାଚିଯାଏ

କୋଇଲି ର କୁହୁ କୁହୁ ତାନେ…..

 

ପ୍ରେମେ ରଙ୍ଗେ ରଞ୍ଜିତ

ରାଧା କୃଷ୍ଣ ଯୁଗଳ

ଗୋପୀ ଗୋପାଳୁଣୀ ଙ୍କ ମେଳ

ନାନା ଫଳ ପୁଷ୍ପେ ସଜ୍ଜିତ……..

 

ଗାଁ ରେ ଲାଗିଛି ମେଲଣ

ଝୁଲାଇବା ଆଶା ରାଧା କୃଷ୍ଣ ଝୁଲଣ

ପ୍ରୀତି ରଙ୍ଗେ ମନ ଶିହରଣ

ଆଜି ପରା ଆସିଛି ଫଗୁଣ……

 

ରାଗ ଅଭିମାନ ସବୁ ଭୁଲିଯିବା

ଫଗୁଣ ରଙ୍ଗେ ଦେହ ଭିଜାଇବା

ପ୍ରୀତି ସ୍ପର୍ଶେ ମନ ହଜାଇବା

ପିଠା ପଣା ଖାଇ ହୋଲି ପରବ ପାଳିବା…….

 

ସବିତା ତ୍ରିପାଠୀ

ନଭିମୁମ୍ବାଇ, ମହାରାଷ୍ଟ୍ର