Sahitya Jibana

Portal on odia literature

ସଂସ୍କାର ଓ ବ୍ୟବହାର – ସୁକାନ୍ତ ଖଣ୍ଡା

1 min read

ହାରାମଣି ଖୁବ୍ ସୁନ୍ଦରୀ। ଭଲ ପାଠ ପଢି଼ ଚାକିରି କରିଛି। ଘରେ ତା’ର ରୋଜଗାର ପାଇଁ ସଭିଏଁ ଖୁସି କିନ୍ତୁ ଭାରି ଗର୍ବୀ ଓ ଅହଙ୍କାରୀ ପାଇଁ ତା’ର ମାଆ ଦୁଃଖୀଦୁଃଖୀ ଅନୁଭବ କରନ୍ତି। ହେଲେ ହାରାମଣୀ ନିଜର ରୂପ ଆଉ ରୋଜଗାର ପାଇଁ ନିଜକୁ ରାଣୀ ଭାବିଥାଏ। କାହାକୁ ଭଲ ବ୍ଯବହାର କି ସମ୍ମାନ ଦେବାକୁ ଜାଣିଜାଣି ଦେଇ ନ ଥାଏ। ଏହି ମର୍ମରେ ତା’ର ମାଆ ତାକୁ ବହୁତ ଛୋଟବେଳୁ ବୁଝାନ୍ତି ହେଲେ ଅଙ୍ଗାରକୁ ମାଜିଲେ ଧଳା ହେବ ନା ନିମକୁ ଧୋଇଲେ ପିତା ଛାଡି଼ବ?

ହାରାମଣୀ ଆଜି ବଡ଼ ହୋଇ ଭଲ ପଦବୀ ପାଇବା ପରେ ବି ନିଜକୁ ସୁଧାରି ପାରିଲା ନାହିଁ। ସେ ଦିନୁଦିନୁ ସଂସ୍କାର ଓ ବ୍ଯବହାରରେ ଖରାପ କାମ କଲା ତ ତାକୁ ଉଚିତ୍ ଶିକ୍ଷ।ଟାଏ ଦେବାକୁ ତା’ର ତଳ କର୍ମଚାରୀ ଚେମା ଅଣ୍ଟା ଭିଡି଼ଲା। ଦିନେ ସେ ଜାଣିଶୁଣି ନିଦରେ ଶୋଇଗଲା। ହାରାମଣୀ ଯେତେ ଡାକିଲେ ସୁଦ୍ଧା ଶୁଣିଲା ନାହିଁ ତ ଉଠିଯାଇ ରାଗରେ ଦୁଇ ଚାପୁଡା଼ ମାରିଲା।

ତଳ କର୍ମଚାରୀ ଚେମା ଏଥର ଉଠିପଡି଼ କହିଲା,”ଆଜ୍ଞା ! ଆପଣ ମୋତେ ମାରିଲେ କାହିଁକି? ମୁଁ ଆପଣଙ୍କ କଥା ଶୁଣୁଛି ଗଣିଗଣି ମାତ୍ର ଦୁଇଥର ଡାକିଛନ୍ତି। ମୁଁ ନିଦରେ ଶୋଇ ନ ଥିଲି। ଆପଣଙ୍କ ବ୍ଯବହାର ମୋତେ ନୁହେଁ ଏ ଅନୁଷ୍ଠାନର ସଭିଙ୍କୁ ଅତୀଷ୍ଟ କରି ସାରିଲାଣି। ଆପଣ ଆପଣଙ୍କ ବ୍ଯବହାର ବଦଳେଇବେ ତ ମୁଁ କାହିଁକି ଏଠି ସଭିଏଁ କାମ କରିବୁ ଅନ୍ଯଥା ମୋ’ର ପରି ସଭିଏଁ ବସିବୁ ଅଥବା ଶୋଇ ରହିବୁ। କଥାଟା ଉପର ଅଫିସର ଯାଏ ଯାଉ ଏହାର କୌଣସି ସମାଧାନ ନ ହେବାଯାଏ ଆମେ ଏମିତି ବସିଥିବୁ,ଶୋଉଥିବୁ।”

ଏଥର ବି ହାରାମଣୀର କୌଣସି ପ୍ରଭାବ ପକେଇଲା ନାହିଁ। ସେ ତା’ର ନିଜ କାମରେ ବ୍ଯସ୍ତ ରହିଲା। ହେଲେ ସବୁ ତଳ କର୍ମଚାରୀ ଲଗାତାର ପାଞ୍ଚଦିନଯାଏ ଅନଶନରେ ବସିବା ପରି ରହିଗଲେ ତ ଅନୁଷ୍ଠାନର ସବୁ କାମ ବାକି ହୋଇ ରହିଗଲା। ଦିନେ ଉପର କର୍ମଚାରୀ ପରିଦର୍ଶନରେ ଆସି ଦେଖିଲେ। ସବୁ କର୍ମଚାରୀ ନିଜ ଆସ୍ଥାନରେ ବସିଛନ୍ତି ହେଲେ କର୍ମ କରୁ ନାହାଁନ୍ତି। ଏ କଥା ଶୁଣି ସବା ତଳ କର୍ମଚାରୀ ଚେମାଠାରେ ହୋଇଥିବା ଅନ୍ଯ।ୟ କହିଦେଲା ତ ପରିଦର୍ଶନରେ ଆସିଥିବା ଅଫିସର ହାରାମଣୀକୁ ଚାକିରିରୁ ବାହାର କରିଦେଲେ।

ଏଥର ହାରାମଣୀ ବୁଝିଲା କି ସଂସ୍କାର ଆଉ ବ୍ଯବହାର ପୁଣି ନୀଚ୍ଚତା କାରଣରୁ ସେ ଅନୁଷ୍ଠାନରେ କାମ କରିବାକୁ ମିଳିଲା ନାହିଁ। ତା’ର ମାଆ ଯଦିଓ ଦିନେ ସୁସଂସ୍କାର ଓ ବ୍ଯବହାର ପାଇଁ ଶିକ୍ଷ। ଦେଉଥିଲେ ହେଲେ ନ ବୁଝିପାରି ଆଜି ଚାକିରି ହରେଇଲି। ହାରାମଣୀର ଆଖିରେ ଲୁହ। ନିଜର ଗର୍ବ,ଅହଙ୍କାର,ସଂସ୍କାର ଓ ବ୍ଯବହାର ପାଇଁ ଦାନାପାଣି ହାତରୁ ଚାଲିଗଲା।

 

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ 

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 

ଜି- କେନ୍ଦୁଝର ପି-୭୫୮୦୨୮

ଇ-ମେଲ : khandasukanta@gmail.com

ଯୋଗାଯୋଗ – 9938789673