Sahitya Jibana

Portal on odia literature

ସୌଦାମିନୀ – ସସ୍ମିତା ବାରିକ

1 min read

ନାରୀ ଜନ୍ମ ରୂପି ଜନ୍ମିଛି ଆଜି ମୁଁ
ସାର୍ଥକ… ମୋ ଜୀବନ ।
ଗଙ୍ଗା ସମ ପବିତ୍ରତା ମୁହିଁ
ମୋ ଜୀବନ ଧନ୍ୟ ଧନ୍ୟ ।
ନାରୀ ଯେ ବିଶ୍ୱବନ୍ଦିତା,
ସର୍ବ ପୂଜିତ
ସେ ନୁହେଁ ଅଭାଗିନୀ ।
ନାରୀ ହିଁ ଶକ୍ତିସ୍ବ ରୂପିଣୀ
ନାରୀ ହିଁ ପ୍ରଦୀପ୍ତ କାରିଣୀ ।
ନାରୀ ଜ୍ୱାଳା ଫୁଣି ଦୟମୟୀ ସିଏ
ରୂପରେ ସେ ଗୁଣବତୀ ।
ନାରୀଙ୍କୁ  ସଂମାନ ଦେଉଥିବା ସଦା
ନାରୀ ମହତ୍ୱ ଅମାପି ।

ସସ୍ମିତା ବାରିକ
ଡେଲାଙ୍ଗ ,ପୁରୀ
ଇ-ମେଲ୍: Sasmita33053@gmail.com