Sahitya Jibana

Portal on odia literature

ଗର୍ବ ,ବରଫ ଓ ମୁଁ – ସୁକାନ୍ତ ଖଣ୍ଡା

1 min read

 

ମୁଁ ଜଣେ କୁଜି ରାଜନେତା। ମୋ’ର କାମ ଲୋକଙ୍କୁ ମତେଇ ସରକାର ଗଢି଼ବା ଦଳକୁ ଭୋଟଦେଇ ଜିତାଇବା। ମୋତେ ଅବଶ୍ଯ କିଛି ଫାଇଦା ମିଳେ ନାହିଁ। ଅବିବାହିତ ଥିବାରୁ ନିଜର ଏ କର୍ମକୁ ଆପଣେଇଛି। ନିର୍ବାଚନ ଆସିଲେ ମୁଁ ଘରଘର ବୁଲେ ଯିଏ ଭଲରେ ଭଲରେ ସଳଖିଗଲା ତ ଭଲ ଅନ୍ଯଥା ଗାଳି ମାଡ଼ ଦେବାକୁ ପଛାଏ ନାହିଁ। ମୋ’ର ଯୌବନ କାଳ ତ କାହାକୁ ଡରିବାର ନାହିଁ। ମୋ’ର ଯଦି ମରଣ ହୁଏ କାନ୍ଦିବାକୁ କେହି ବି ନାହିଁ ତ ଅସହିଷ୍ଣୁ ହୋଇଯାଏ ଓ ଘରେଘରେ କନ୍ଦଳ କରିଥାଏ।

ସେଦିନ ଖରା ବେଳଟାରେ ବରଫଟିଏ ଖାଇବାକୁ ହାତରେ ଧରିଥାଏ। ମୁଁ ବରଫକୁ ହଠାତ୍ ପ୍ରଶ୍ନ କଲି,”ବରଫ ! ତୁ କାହିଁକି ସର୍ବଦା ପାଣି ହୋଇଯାଉ? ଘଡି଼ଏ କଠିନ ହେବାକୁ ଇଛା ହିଁ କରି ନ ଥାଉ?” ଉତ୍ତରରେ ବରଫ କହିଲା,”ଭାଇ ! ମୁଁ ଏବେ ପାଣି ହୋଇ ବୋହି ଯାଉଛି। ମୋ’ର ଅତୀତ ବି ପାଣି ଆଉ ଭବିଷ୍ଯତ ବି ପାଣି ତ ଏତେ ଗର୍ବ କରିବି କାହିଁକି? ଏ ମଣିଷ ମୋତେ କୃତ୍ରିମ କରି ବରଫ କରି ଦେଉଛି ହେଲେ ମୋ’ର କିନ୍ତୁ ଏପରି ରହିବା କୌଣସି ଇଛା ହିଁ ନାହିଁ। ମୋ’ର ଧର୍ମ ଆଉ କର୍ମରେ ବ୍ଯତିକ୍ରମ କରିବି ତ ଈଶ୍ବରଙ୍କ ପାଖରେ ଦୋଷୀ ହୋଇ ରହିଯିବି।”

ବାସ୍ ! ଏତିକି କହି ନିରବ ରହିଲା ତ ମୋ’ର ଆଖିରେ ଲୁହ ବୋହିଗଲା। ଗୋଟିଏ ବରଫ ନିଜର କର୍ମ ଓ ଧର୍ମରେ ରହି ଚାଲିବାକୁ ଶପଥ ନେଇ କର୍ମ କରି ଚାଲିଛି ଅଥଚ ମୁଁ ମଣିଷ ହୋଇ ନିଜର ମାନବିକତା ହରେଇ ବସିଛି। ନିତି କାହାର ନା କାହା ସହିତ କନ୍ଦଳ କରି ଘର ଓ ଗାଁ’କୁ ଭାଙ୍ଗିବା ନିଶାରେ ରହୁଛି। ଧିକ୍ ! ମୋ’ର ଜୀବନ। ମୁଁ ତ ଏକୁଟିଆ ସଂସାରକୁ ଆସିଛି। ମରଣ କାଳରେ ବି ଏକୁଟିଆ ଯିବି ତେବେ ଏତେ ବ୍ଯର୍ଥ ଚିନ୍ତାରେ ମଗ୍ନ କାହିଁକି? ଆଖିରୁ ବୋହିଗଲା ଲୁହ। ମୁଁ ବରଫକୁ ଗୁରୁ ରୂପରେ ଗ୍ରହଣ କରି ହିଁସା ଓ ଅସୂୟାକୁ ଫିଙ୍ଗିଲି । ନିଜର କର୍ମ କ’ଣ ବୁଝି ରାଜନୀତି ଠାରୁ ବହୁ ଦୂରରେ ରହିଲି।

ଆଜି ମୁଁ ଭଲ କର୍ମ କରି ଚାଲିଛି । ନିଜର କର୍ମ ଓ ଧର୍ମ କ’ଣ ହେବା ଉଚିତ୍ ମନ ଓ ବିବେକ ଲଗେଇ ଗର୍ବକୁ ଦୂରେଇ କରି ଚାଲିଛି ତ ସାରା ଗାଁ’ ଲୋକେ ମୋତେ କୋଳେ ଆଦର କରୁଛନ୍ତି।

 

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ 

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 

ଜି- କେନ୍ଦୁଝର ପି-୭୫୮୦୨୮

ଇ-ମେଲ : khandasukanta@gmail.com

ଯୋଗାଯୋଗ – 9938789673