Sahitya Jibana

Portal on odia literature

ପଖାଳ କଂସା – ପବିତ୍ର ବେହେରା

1 min read

ଆସ ଆସ ଆସ ମୋର

ପଖାଳ କଂସା,

ତତେ ନଦେଖିଲେ ଥରେ

ଉଡ଼େ ମୋ ହଂସା||

ଓଡିଆ ଙ୍କ ଅଟୁ ତୁହି

ସାହା ଭରସା||

ଆସ ଆସ ଆସ ମୋର

ପଖାଳ କଂସା,

ତତେ ନ ଦେଖିଲେ ଥରେ

ଉଡେ ମୋ ହଂସା||

ସକାଳୁ ନ ଦେଖିଲେ ଥରେ

ମୁହଁ ତୋହର

ଦିନଟି ହୋଇଯାଏ

ମୋର ବେକାର||

ମୋ ହୃଦୟେ ବାନ୍ଧିଛି

ତୋ ପାଇଁ ବସା ||

ଆସ ଆସ ଆସ ମୋର

ପଖାଳ କଂସା

ତତେ ନ ଦେଖିଲେ ଥରେ

ଉଡେ ମୋ ହଂସା||

ତୋ ସାଥେ କଖାରୁ ବଡ଼ି,

ତା ସାଥେ ପିଆଜ ଧରି

ଖାଇଲେ ଲାଗେରେ ମୋତେ

ହଳ ରେ ନିଶା||

ଆସ ଆସ ଆସ ମୋର

ପଖାଳ କଂସା,

ତତେ ନ ଦେଖିଲେ ଥରେ

ଉଡ଼େ ମୋ ହଂସା||

ଥିଲେ ପଖାଳ ସାଙ୍ଗେ ଝୁରି,

କେହେବ ତୋ ସାଥେ ସରି |

ଓଡ଼ିଆ ଙ୍କ ଅଟୁ ତୁହି

ସାହା ଭରସା||

ଆସ ଆସ ଆସ ମୋର

ପଖାଳ କଂସା,

ତତେ ନ ଦେଖିଲେ ଥରେ

ଉଡ଼େ ମୋ ହଂସା||

ତତେ ଦେଖି ଦେଲେ ବାଟ

ଭୁଲେ ବାଟୋଇ,

ନ ଶୁଣି କା କଥା ତୋ ପାଶେ

ଆସେ ପଳାଇ||

ସଭଁଙ୍କ ମୁହଁ ରେ ତୋ

ପାଈଁ ପ୍ରଶଂସା||

ଆସ ଆସ ଆସ ମୋର

ପଖାଳ କଂସା,

ତତେ ନ ଦେଖିଲେ ଥରେ

ଉଡ଼େ ମୋ ହଂସା||

 

ପବିତ୍ର ବେହେରା

ସମ୍ବଲପୁର